ରାତି ପାହିଲେ ବିଶ୍ଵନିୟନ୍ତଙ୍କ ରଥଯାତ୍ରା, ସିଂହଦ୍ବାର ସମ୍ମୁଖରେ ଲାଗିଲେ ତିନି ରଥ

0

ଓଡ଼ିଆ ନ୍ୟୁଜ୍: ରାତି ପାହିଲେ ବିଶ୍ଵନିୟନ୍ତଙ୍କ ରଥଯାତ୍ରା । ରଥ-ପଥ ସବୁ ପ୍ରସ୍ତୁତ । ଶ୍ରୀମନ୍ଦିର ସିଂହଦ୍ବାରରେ ଲାଗିଲେ ତିନି ରଥ ତାଳଧ୍ବଜ-ଦେବଦଳନ-ନନ୍ଦିଘୋଷ । ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ପରେ ରଥଖଳାରୁ ତିନି ରଥଙ୍କୁ ଟାଣି ସିଂହଦ୍ଵା୍ବାର ସମ୍ମୁଖକୁ ଆଣିଥିଲେ ଭକ୍ତ ଓ ସୁରକ୍ଷାକର୍ମୀ । ଏହା ପୂର୍ବରୁ ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନବଯୌବନ ଦର୍ଶନ କରିଥିଲେ ଅଗଣିତ ଭକ୍ତ ।

୧୫ ଦିନ ଅନବସରରେ ରହିବା ପରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଏବେ ଅପେକ୍ଷା ବଡ଼ଦାଣ୍ଡରେ ଭକ୍ତ ଓ ଭଗବାନଙ୍କ ମିଳନକୁ । ରାତି ପାହିଲେ ରତ୍ନ ସିଂହାସନ ଛାଡ଼ି ବଡ଼ଦାଣ୍ଡକୁ ଆସିବେ ଠାକୁର । ରଥାରୁଢ଼ ହେବା ପରେ ସାଙ୍ଗରେ ଭାଇ ଭଉଣୀଙ୍କୁ ଧରି ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିବେ କାଳିଆ ଠାକୁର ।

Leave A Reply

Your email address will not be published.