ଓଡ଼ିଆ ନ୍ୟୁଜ୍: ରଥରେ ଦର୍ଶନ ଦେଉଛନ୍ତି ମହାବାହୁ।ଆଜି ଶ୍ରୀଜିଉମାନେ ରଥାରୁଢ଼ ହୋଇ ଆଜି ଅପରାହ୍ଣରେ ଶରଧାବାଲିରେ ପହଞ୍ଚି ସାରିଛନ୍ତି। ଶ୍ରଦ୍ଧାଳୁମାନେ ରଥାରୁଢ଼ ମହାପ୍ରଭୁମାନଙ୍କ ଦର୍ଶନ କରି ନିଜକୁ ଧନ୍ୟ ମନେ କରୁଛନ୍ତି। ସନ୍ଧ୍ୟା ସମୟରେ ରଥ ଉପରେ ମହାପ୍ରଭୁ ବିରାଜମାନ କରିଥିବା ଦୃଶ୍ୟ ଶ୍ରଦ୍ଧାଳୁଙ୍କୁ ଆନନ୍ଦ ପ୍ରଦାନ କରୁଛି। ଶରଧାବାଲିରେ ଆଜି ଲୋକାରଣ୍ୟ ହୋଇଛି। ଲକ୍ଷାଧିକ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି।
ବିଳମ୍ବିତ ରାତି ଯାଏ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦର୍ଶନ କରିବେ ବୋଲି ଆଶା ରଖିଛନ୍ତି। ଆସନ୍ତାକାଲି ଆଡ଼ପ ବିଜେ ହେବ। ମହାପ୍ରଭୁଙ୍କୁ ରଥରୁ ଓହ୍ଲାଇ ଗୋଟି ପହଣ୍ଡିରେ ଜନ୍ମବେଦିରେ ବରାଜମାନ କରାଯିବ। ଏହା ପରେ ସୋମବାର ଠାରୁ ଶ୍ରଦ୍ଧାଳୁମାନେ ଆଡ଼ପ ଦର୍ଶନ କରିବେ। ମହାପ୍ରଭୁଙ୍କ ଆଡ଼ପ ଦର୍ଶନ ସୋମବାର ଠାରୁ ଆରମ୍ଭ ହେବ। ସକାଳ ଆଳତି ପରେ ଏଭଳି ଦର୍ଶନ ଆରମ୍ଭ କରାଯିବ ବୋଲି ଜଣାପଡ଼ିଛି।