ଓଡ଼ିଆ ନ୍ୟୁଜ୍:ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ସ୍ଥାନାନ୍ତର ଶେଷ।ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ସକାଳ ୧୦ଟା ୫୫ରୁ ଆରମ୍ଭ ହୋଇଥିଲା ସ୍ଥାନାନ୍ତର।ଅପରାହ୍ନ ୨ଟା ୫୫ରେ ସରିଲା ସ୍ଥାନାନ୍ତର କାର୍ଯ୍ୟ।ଭିତର ରତ୍ନଭଣ୍ଡାରକୁ ରତ୍ନ ସ୍ଥାନାନ୍ତର ପରେ ୨ଟି ଚାବି ପଡ଼ିଛି।ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ଚାବି ପଡ଼ିଛି, ଟ୍ରେଜେରୀକୁ ହସ୍ତାନ୍ତର ହେବ।ରାଜ୍ୟ ସରକାରଙ୍କ SOP ଅନୁସାରେ ସ୍ଥାନାନ୍ତର କରାଯାଇଛି।SOP ଅନୁସାରେ ମଧ୍ୟ ସବୁ କିଛି ଭିଡିଓଗ୍ରାଫି କରାଯାଇଛି।ଗଣତି ମଣତି କେବେ ହେବ ରାଜ୍ୟ ସରକାର ସ୍ଥିର କରିବେ।
ଏହି ପ୍ରକ୍ରିୟା ଅପରାହ୍ଣ ୨ଟା ୫୫ରେ ଶେଷ ହୋଇଛି। ଭିତର ରତ୍ନଭଣ୍ଡାରରେ ମହାପ୍ରଭୁଙ୍କର ରତ୍ନ ଅଳଙ୍କାର ସ୍ଥାନାନ୍ତରିତ ହେଲା ପରେ ଏହାକୁ ସିଲ୍ କରିଦିଆଯାଇଛି। ତାପରେ ଦୁଇଟି ତାଲା ଲଗାଯାଇଛି। ଏହି ତାଲାଗୁଡ଼ିକର ଚାବି ଟ୍ରେଜେରିରେ ରଖାଯିବ। ସରକାରଙ୍କ ଏସ୍ଓପି ଅନୁଯାୟୀ ରତ୍ନଭଣ୍ଡାରକୁ ରତ୍ନ ଅଳଙ୍କାର ସ୍ଥାନାନ୍ତରିତ କରାଯାଇଛି। ସମସ୍ତ ସ୍ଥାନାନ୍ତର ପ୍ରକ୍ରିୟାର ଭିଡିଓଗ୍ରାଫି କରାଯାଇଛି। ପରବର୍ତ୍ତୀ ସମୟରେ ବାହାର ରତ୍ନଭଣ୍ଡାରରେ ଅଳଙ୍କାର ସ୍ଥାନାନ୍ତର କରାଯିବ।
ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଭକ୍ତମାନଙ୍କ ପାଇଁ ମୁଖ୍ୟ ଦେଉଳ ତଥା ଝୁଲଣମଣ୍ଡପକୁ ପ୍ରବେଶ ବାରଣ କରାଯାଇଥିଲା। ଏହି ସମୟରେ ଭକ୍ତମାନଙ୍କର ବେଢ଼ା ପରିକ୍ରମା ଉପରେ ମଧ୍ୟ କଟକଣା ଲଗାଯାଇଥିଲା। ଏହି କଟକଣା ରତ୍ନ ଅଳଙ୍କାର ସ୍ଥାନାନ୍ତର ଶେଷ ହେବା ପର୍ଯ୍ୟନ୍ତ ବଳବତ୍ତର ଥିଲା। ଶ୍ରୀମନ୍ଦିର ପ୍ରଶାସନ ତରଫରୁ ପ୍ରାଧିକୃତ ଜଷ୍ଟିସ୍ ବିଶ୍ବନାଥ ରଥଙ୍କ ସମେତ ୧୧ ଜଣିଆ ଟିମ୍ ରତ୍ନ ଅଳଙ୍କାର ସ୍ଥାନାନ୍ତର ପାଇଁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିଲେ। ଏଣେ ଶ୍ରୀଜିଉଙ୍କ ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା ସରିବା ପରେ ଶ୍ରୀଜୀଉଙ୍କ ଦର୍ଶନ ସ୍ବାଭାବିକ ହୋଇଛି।