୩ଟି ପର୍ଯ୍ୟାୟରେ ହେବ ଗଣତିମଣତି

0

ଓଡ଼ିଆ ନ୍ୟୁଜ୍: ରତ୍ନଭଣ୍ଡାର ଗଣତିମଣତି ୩ଟି ପର୍ଯ୍ୟାୟରେ ହେବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ସୂଚନା।ପ୍ରଥମେ ଚଳନ୍ତି ଭଣ୍ଡାରର ଗଣତିମଣତି କରାଯିବ।ପରବର୍ତ୍ତୀ ପର୍ଯ୍ୟାୟରେ ବାହାର ରତ୍ନଭଣ୍ଡାରର ଗଣତିମଣତି ହେବ। ଶେଷ ପର୍ଯ୍ୟାୟରେ ଭିତର ରତ୍ନଭଣ୍ଡାରର ଗଣତିମଣତି ହେବ। ରାଜ୍ୟ ସରକାରଙ୍କ ପକ୍ଷରୁ RBIର ଜଣେ ଅଧିକାରୀ ରହିବେ। SBI ଅଧୀକୃତ ବଣିଆଙ୍କୁ ରଖିବା ପାଇଁ ପ୍ରସ୍ତାବ ଦେଇଛୁ। ୧୯୭୮ ମସିହାର ତାଲିକା ସହ ବର୍ତ୍ତମାନର ତାଲିକାକୁ ମେଳ କରାଯିବ।ସଂପୂର୍ଣ୍ଣ ପ୍ରକ୍ରିୟାର ଭିଡିଓଗ୍ରାଫି କରାଯିବ, ମେମୋରି ଚିପ୍‌ସକୁ ସାଇତି ରଖାଯିବ। ଗଣତିମଣତି ପାଇଁ ଅଧିକୃତ ବ୍ୟକ୍ତି ଯିବାବେଳେ ଚେକିଂ ହେବ।

ରତ୍ନଭଣ୍ଡାର ଉଚ୍ଚସ୍ତରୀୟ କମିଟି ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା। ବିଧି ସବ୍‌ କମିଟି ପ୍ରସ୍ତୁତ କରିଥିବା SOP ଚିଠା ଉପରେ ଆଲୋଚନା ହେଲା।ବିଭିନ୍ନ ଦିଗରୁ ତର୍ଜମା ପରେ ଆଉ ଏକ SOP ପ୍ରସ୍ତୁତ ହୋଇଛି। SOP ଉପରେ ଆଗାମୀ ପରିଚାଳନା କମିଟି ବୈଠକରେ ଆଲୋଚନା ହେବ। ଆଲୋଚନା ପରେ SOP ରାଜ୍ୟ ସରକାରଙ୍କୁ ପଠାଇବୁ।ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ଗଣତିମଣତି କାମ ଆରମ୍ଭ ହେବ।କେଉଁ ତାରିଖରେ ଗଣତିମଣତି ହେବ ଏବେଠୁ କହିହେବନି। ତେବେ ମହାପ୍ରଭୁଙ୍କ ନୀତିକାନ୍ତିରେ ଯେପରି ବ୍ୟାଘାତ ନହେବ ଧ୍ୟାନ ଦେବୁ। ଯେଉଁଦିନ ଗଣତିମଣତି ହେବ ବାହାର କାଠରୁ ଶ୍ରଦ୍ଧାଳୁ ଦର୍ଶନ କରିବେ।

Leave A Reply

Your email address will not be published.