ଓଡ଼ିଆ ନ୍ୟୁଜ୍: ରତ୍ନଭଣ୍ଡାର ଗଣତି ମଣତି ପ୍ରସଙ୍ଗରେ ହାଇକୋର୍ଟଙ୍କ ନିର୍ଦ୍ଦେଶ। ୩ ମାସ ମଧ୍ୟରେ ଗଣତି ମଣତି କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ।ଜଷ୍ଟିସ ରଘୁବୀର ଦାସ କମିଶନଙ୍କ ରିପୋର୍ଟ ଉପସ୍ଥାପନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ୩ ମାସ ମଧ୍ୟରେ ଗଣତି ମଣତି କାର୍ଯ୍ୟ ସମ୍ପୂର୍ଣ୍ଣ ସାରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।
କହରିଖୁଛୁ କି, ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ଜଗନ୍ନାଥପ୍ରେମୀଙ୍କ ମନକୁ ଗଭୀର ଆଘାତ ଦେଇଥିଲା । ୨୦୧୮ ମସିହାରେ ଚାବି ହଜିଥିବା ବେଳେ ତଦନ୍ତ ନେଇ ଏକ କମିଶନ ମଧ୍ୟ ଗଠନ କରାଯାଇଥିଲା । ତେବେ ପରବର୍ତ୍ତି ସମୟରେ ରତ୍ନଭଣ୍ଡାରରେ ପାଣି ଜମିବା ପ୍ରସଙ୍ଗ ଉଠିଥିଲା ।