ଓଡ଼ିଆ ନ୍ୟୁଜ୍: ରତ୍ନ ଭଣ୍ଡାର ଗଣତି ମଣତି ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ବଡ଼ ସୂଚନା। ରାଜ୍ୟ ସରକାରଙ୍କ ଅନୁମୋଦିତ SOP ଆମର ହସ୍ତଗତ ହୋଇଛି।୧୪ ପୃଷ୍ଠାର ଏକ ବିସ୍ତୃତ SOP ଆମର ହସ୍ତଗତ ହୋଇଛି। ଗଣତି ମଣତି ପାଇଁ ୨ ଟିମ୍ ଗଠନ ପାଇଁ ନିଷ୍ପତ୍ତି ହୋଇଛି।ତତ୍ତ୍ବାବଧାରକ ଟିମ୍ ଓ କାର୍ଯ୍ୟବାହୀ ଟିମ୍ ଗଠନ କରାଯିବ।ଦୁଇଟି ଯାକ ଟିମ୍କୁ ମୁଖ୍ୟ ପ୍ରଶାସକ ଲିଡ୍ କରିବେ।କେଉଁଦିନ ଠାରୁ ଗଣତି ମଣତି ହେବ ପରିଚାଳନା କମିଟି ଚୂଡ଼ାନ୍ତ କରିବ।ନୀତିବହୁଳ ଦିନମାନଙ୍କରେ ଗଣତିମଣତି ହୋଇପାରିବ ନାହିଁ। ଆଜିଠୁ ନୀଳାଦ୍ରିବିଜେ ମଧରେ ଆମ ପାଖରେ ୧୩୫ ଦିନ ରହିଛି।ମାତ୍ର ଏହି ୧୩୫ ଦିନ ଭିତରୁ ୧୦୦ ଦିନ ଗଣତି ମଣତି ହୋଇ ପାରିବନି।
ନୀଳାଦ୍ରିବିଜେ ଭିତରେ ଗଣତି ମଣତି ପାଇଁ ଆମକୁ କେବଳ ୨୪ ଦିନ ମିଳିବ।ଗଣତି ମଣତିରେ SBI ପ୍ୟାନେଲଭୁକ୍ତ ୬ ବଣିଆଙ୍କୁ ସାମିଲ କରାଯିବ। ଜଣେ ଜେମୋଲୋଜିଷ୍ଟ ଓ RBIର ୨ ଜଣ ଅଧିକାରୀ ମଧ୍ୟ ରହିବେ।୨ ଜଣ ଏକ୍ସପର୍ଟ ଫଟୋଗ୍ରାଫର ସବୁ କିଛି ରେକର୍ଡିଂ କରିବେ।ସବୁକିଛି ଡିଜିଟାଇଜେସନ କରି ରଖାଯିବ- ମୁଖ୍ୟ ପ୍ରଶାସକ।୧୯୭୮ ମସିହା ଗଣତି ମଣତି ବେଳେ ୭୨ ଦିନ ଲାଗିଥିଲା।୧୯୭୮ ଗଣତି ମଣତି ସହ ମେଳକ କରାଯିବ, ଭାଲ୍ୟୁଏସନ କରାଯିବନି।