ଦୁବାଇରେ ଫସିଛନ୍ତି ପିଭି ସିନ୍ଧୁ

0

ଓଡ଼ିଆ ନ୍ୟୁଜ୍: ଭାରତୀୟ ଡବଲ ଅଲମ୍ପିକ ମେଡାଲିଷ୍ଟ ପିଭି ସିନ୍ଧୁ ଦୁବାଇରେ ଫସିଛନ୍ତି।ନିଜ ସୋସିଆଲ ମିଡିଆରେ ସୂଚନା ଦେଲେ ପିଭି ସିନ୍ଧୁ। ବିମାନଯାତ୍ରା ଉପରେ ରୋକ ଲାଗିଥିବାରୁ ଏକ ପ୍ରକାର ଅଟକ। ସିନ୍ଧୁ ଯେଉଁ ସ୍ଥାନରେ ଥିଲେ, ତାହାର ଅତି ନିକଟରେ ବଡ଼ ବିସ୍ଫୋରଣ ହୋଇଥିଲା । ଧୂଆଁ ଓ ପଥର ଖଣ୍ଡ ଭିତରୁ ଜୀବନ ବିକଳରେ ତାଙ୍କୁ ଦୌଡ଼ିବାକୁ ପଡ଼ିଥିଲା । ଦୁବାଇ କର୍ତ୍ତୃପକ୍ଷ ଓ ବିମାନବନ୍ଦର କର୍ମଚାରୀଙ୍କ ସହାୟତାରେ ସେମାନଙ୍କୁ ଅଧିକ ସୁରକ୍ଷିତ ସ୍ଥାନକୁ ନିଆଯାଇଛି ।

ଦୁବାଇରେ ଥିବା ଭାରତୀୟ ଦୂତାବାସ ସେମାନଙ୍କ ସହ ସବୁବେଳେ ସମ୍ପର୍କରେ ରହିଛି । ସୁରକ୍ଷା ଯୋଗାଇବାରେ ସାହାଯ୍ୟ କରୁଛି । ବର୍ତ୍ତମାନ ସେମାନେ ସେଠାରେ ଅପେକ୍ଷା କରିଛନ୍ତି । ପରିସ୍ଥିତିରେ ସୁଧାର ପାଇଁ ପ୍ରାର୍ଥନା କରୁଛନ୍ତି ।

ସେପଟେ ଇରାନର ମିସାଇଲ୍ ମାଡ଼ରେ ଦୁବାଇର ବୁର୍ଜ ଅଲ୍ ଆରବ୍ କ୍ଷତିଗ୍ରସ୍ତ । ଅଳ୍ପକେ ବର୍ତ୍ତିଲା ବିଶ୍ୱର ସବୁଠାରୁ ଉଚ୍ଚ ଅଟ୍ଟାଳିକା ବୁର୍ଜ ଖଲିଫା । ଇରାନ ପକ୍ଷରୁ UAE ଉପରେ ଶତାଧିକ ମିସାଇଲ୍ ଓ ଡ୍ରୋନରେ ବଡ଼ ଧରଣର ଆକ୍ରମଣ ହୋଇଛି । ସର୍ବୋଚ୍ଚ ନେତା ଖାମେନେଇଙ୍କ ମୃତ୍ୟୁର ବଦଲା ନେବା ପାଇଁ ଇରାନ ଏଭଳି ପଦକ୍ଷେପ ନେଇଛି । ଦୁବାଇର ପ୍ରସିଦ୍ଧ ପାଞ୍ଚତାରକା ହୋଟେଲ୍ ଉପରେ Burj Al Arabରେ ଇରାନୀ ଡ୍ରୋନର ଅଂଶବିଶେଷ ପଡ଼ିବାରୁ ବାହାର ପାର୍ଶ୍ୱରେ ନିଆଁ ଲାଗିଥିଲା । ଅଗ୍ନିଶମ ବାହିନୀ ଏହାକୁ ନିୟନ୍ତ୍ରଣ କରିଛି । ଆକ୍ରମଣରୁ ବିଶ୍ୱର ସବୁଠାରୁ ଉଚ୍ଚ ଅଟ୍ଟାଳିକା ବୁର୍ଜ ଖଲିଫା ଅଳ୍ପକେ ବର୍ତ୍ତିଛି ।

Leave A Reply

Your email address will not be published.