ଓଏସଏସସି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା, ଏହି ବହୁ ଚର୍ଚ୍ଚିତ ପ୍ରଶ୍ନପତ୍ର ଲିକ୍ ଘଟଣାରେ ମୋଟ୍ ୧୭ ଜଣ ଗିରଫ ହୋଇଛନ୍ତି । ଯେଉଁଥିରେ ମୁଖ୍ୟ ଅଭିଯୁକ୍ତ ବିହାରର ଜଣେ ସରକାରୀ କର୍ମଚାରୀ ରହିଛନ୍ତି, ଓଡିଶାରୁ ୨ ଜଣ ଶିକ୍ଷକ ମଧ୍ୟ ଏହି କାରବାରରେ ସାମିଲ ଅଛନ୍ତି । ବାଲେଶ୍ୱର ଏସପି ସାଗରିକା ନାଥ ଏହି ମାମଲାରେ ତଦନ୍ତ କରି ଏକ ରିପୋର୍ଟ ଦେଇଛନ୍ତି । ଯେଉଁଥିରେ ଏହି ରାକେଟ୍ ସହ ଡିଲରେ ଜଡ଼ିତ ଥିବା ୯୨ ଜଣ ପରୀକ୍ଷାର୍ଥୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନେବାକୁ ଏସପି ଓଏସ୍ଏସସି ଅଧ୍ୟକ୍ଷଙ୍କୁ ଚିଠି ଲେଖିଥିଲେ । ଏହାପରେ ଓଏସଏସସି କାର୍ୟ୍ୟାନୁଷ୍ଠାନ ନେବା ପୂର୍ବରୁ ୫୫ ପରୀକ୍ଷାର୍ଥୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ।
ହ ଓଏସ୍ଏସସିର ସମ୍ପୃକ୍ତି ଅଛି କି ନାହିଁ, ଡିଲ୍ ବେଳେ ଧରାପଡ଼ିଥିବା ୯୨ ଜଣ ପରୀକ୍ଷାର୍ଥୀଙ୍କ ଯୋଗାଯୋଗ ନମ୍ବର ଉକ୍ତ ରାକେଟ୍ ପାଇଲା କିପରି, ଓଏସ୍ଏସସିର ପ୍ରଶ୍ନପତ୍ର ଛାପିବା ପାଇଁ ବାହାର ରାଜ୍ୟର ଯେଉଁ ପ୍ରିଂଟିଂ ପ୍ରେସକୁ ଦାୟିତ୍ୱ ଦିଆଯାଇଥିଲା ସେଠାରେ ପ୍ରଶ୍ନପତ୍ର ସୁରକ୍ଷା ଦାୟିତ୍ୱରେ କିଏ ଥିଲେ, ଏହି ଘଟଣା ପରେ ତାଙ୍କ ବିରୋଧରେ କଣ କାର୍ୟ୍ୟାନୁଷ୍ଠାନ ନିଆଯାଇଛି, ତା ଉପରେ ସାରା ରାଜ୍ୟର ନଜର ରହିଛି ।
ବାଲେଶ୍ବର ଏସପିଙ୍କ ଚିଠି ଆଧାରରେ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ୍ ଦ୍ବାରା ପରିଚାଳିତ କନିଷ୍ଠଯନ୍ତ୍ରୀ (ସିଭିଲ) ମେନ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ ଗୁରୁବାର ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ବିଶାଲ କୁମାରଙ୍କ ସହିତ ୩ ଜଣ ସରକାରୀ କର୍ମଚାରୀଙ୍କ ବିରୋଧରେ ବିଭାଗୀୟ କାର୍ୟ୍ୟାନୁଷ୍ଠାନ ପାଇଁ ବାଲେଶ୍ବର ଏସ୍ପି ଚିଠି ଲେଖିବା ପରେ ଏହି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ରାକେଟ୍ରେ ଗିରଫ ହୋଇଥିବା ସମୁଦାୟ ୧୭ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣ ସରକାରୀ କର୍ମଚାରୀ ଥିବା ବେଳେ ଅନ୍ୟମାନେ କୋଚିଂ ସେଣ୍ଟର, ବେସରକାରୀ ନିଯୁକ୍ତି ନିୟୋଜନ ସଂସ୍ଥାର କର୍ମଚାରୀ ଓ ଦଲାଲ୍। ମୁଖ୍ୟ ଅଭିଯୁକ୍ତ ବିଶାଲ କୁମାର ବିହାର ପାଟନାସ୍ଥିତ ଆକାଉଣ୍ଟ୍ସ ଜେନେରାଲ ବିଭାଗରେ ସିନିୟର ଜୁଡିସିଆଲ ଆକାଉଣ୍ଟାଣ୍ଟ୍ ଥିବାରୁ ତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ପାଇଁ ସେଠାକାର ଆକାଉଣ୍ଟ୍ସ ଜେନେରାଲଙ୍କୁ ଚିଠି ଲେଖାଯାଇଛି।