ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦୀଘା ମୁହାଣରେ କ୍ୱିଣ୍ଟାଲ କ୍ୱିଣ୍ଟାଲ ଇଲିଶି ମାଛ । ଲଘୁଚାପ ପ୍ରଭାବରେ ପ୍ରଚୁର ଇଲିଶି ମାଛ ପଡୁଛନ୍ତି । ମାଛ ନେବା ପାଇ ଦୀଘା ମାର୍କେଟରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି।
କିଏ ଏକ କେଜି ତ ଆଉ କିଏ ୨ କେଜି ଇଲିସି ମାଛ ଘରକୁ ବୋହି ନେଉଛନ୍ତି। ଲଘୁଚାପ ବର୍ଷା ପ୍ରଭାବରେ ପ୍ରଚୁର ଇଲିସି ଜାଲରେ ପଡ଼ିଥିବା ଜଣାଯାଇଛି। ଗତ କିଛି ବର୍ଷ ଧରି ଜାଲରେ ଆଶାନୁରୂପ ଇଲିସି ପଡୁ ନ ଥିବାରୁ ଟ୍ରଲର ମାଲିକ ଓ ମତ୍ସ୍ୟଜୀବୀ ନିରାଶ ହୋଇଥିଲେ। ଚଳିତ ବର୍ଷାଋତୁ ଆରମ୍ଭରେ ମଧ୍ୟ ସେଭଳି ଇଲିଶସି ଦେଖାଯାଇ ନ ଥିଲେ।
କିନ୍ତୁ ଗତ ୨ ଦିନ ଧରି ମତ୍ସ୍ୟଜୀବୀଙ୍କ ମୁହଁରେ ଇଲିସିକୁ ନେଇ ହସ ଫୁଟିଛି। ତେବେ ଇଲିଶିର ଦର ଢେର ଅଧିକ ରହିଛି । ଏକ କିଲୋ ଓଜନର ଇଲିଶି ହଜାରେ ଟଙ୍କାରେ ବିକ୍ରି ହେଉଛି । ବେଳେ ବେଳେ ଦର ଶସ୍ତା ମଧ୍ୟ ରହୁଛି ।