ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍: R&ବ ଡିଭିଜନ୍‌ର ସହକାରୀ ଯନ୍ତ୍ରୀ ରାଜକିଶୋର ଜେନାଙ୍କ ଘରେ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି। ମଙ୍ଗଳବାର ଭିଜିଲାନ୍ସ ଟିମ୍‌ ଏକକାଳୀନ ଭାବେ ୧୦ଟି ସ୍ଥାନରେ ତଦନ୍ତ କରିଛି।ଭୁବନେଶ୍ୱରର ଗାଲେରିଆ ଓ ସିମ୍ଫୋନୀ ମଲ୍‌ ସମେତ ନୟାଗଡ଼ର ବିଭିନ୍ନ ସ୍ଥାନରେ ଏହି ତଲାସୀ ଚାଲିଛି।

ଭୁବନେଶ୍ୱର ଭିଜିଲାନ୍ସର ମାନ୍ୟବର ବିଶେଷ ବିଚାରପତିଙ୍କ ୱାରେଣ୍ଟ ଆଧାରରେ ୭ ଜଣ ଡିଏସପି, ୫ ଜଣ ଇନ୍ସପେକ୍ଟର, ୧ ଜଣ ଏସଆଇ, ୧୧ ଜଣ ଏଏସଆଇ ଓ ଅନ୍ୟାନ୍ୟ ସହଯୋଗୀ କର୍ମଚାରୀ ଏହି ଅଭିଯାନରେ ଅଂଶଗ୍ରହଣ କରିଛନ୍ତି।ଭିଜିଲାନ୍ସ ଟିମ୍‌ ରାଜକିଶୋର ଜେନାଙ୍କ ବାସଭବନ ଓ ସମ୍ପର୍କୀୟ ସ୍ଥାନଗୁଡ଼ିକରେ ସମ୍ପତ୍ତି ସମ୍ପର୍କିତ ଦଲିଲ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରୁଛି।

Leave A Reply

Your email address will not be published.