ଓଡ଼ିଆ ନ୍ୟୁଜ୍: ଆଜି ପଦ୍ମ ଧରିବେ ରବୀନ୍ଦ୍ର ଜେନା। ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇପାରନ୍ତି।ରବୀନ୍ଦ୍ର ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା। ରାଜ୍ୟ ବିଜେପି କାର୍ଯ୍ୟାଳୟକୁ ଯାଇ ପଦ୍ମ ଧରିବେ।ରବୀନ୍ଦ୍ରଙ୍କ ସହ ବହୁ ନେତା ବିଜେପିରେ ସାମିଲ ହେବେ। ରବିନ୍ଦ୍ର ଜେନା ଦଳ ଛାଡ଼ିବା ପରେ ଆଗାମୀ ଦିନରେ ଜିଲ୍ଲାରେ ଦଳ ଦୁର୍ବଳ ହେବନି ବରଂ ଭୁଶୁଡ଼ିବା ନେଇ ଆଶଙ୍କା ପ୍ରକାଶ ପାଇଛି । କର୍ମକର୍ତ୍ତାଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଛନ୍ତି ।
ବିଜେଡିରୁ ଇସ୍ତଫା ଦେବା ପରେ ତାଙ୍କର ଆଗାମୀ ଭବିଷ୍ୟତକୁ ନେଇ ବିଭିନ୍ନ ଆଲୋଚନା ଜୋର ଧରିଛି । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ସେ ନିଜ ସମର୍ଥକଙ୍କ ସହ ବୁଧବାର ବିଜେପିରେ ମିଶିବେ ବୋଲି ଜଣାପଡ଼ିଛି । ଏନେଇ ଭୁବନେଶ୍ୱର ବିଜେପି କାର୍ଯ୍ୟାଳୟରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହେବ । ସେଥିରେ ଇଂ. ଜେନା ବିଜେପିର ରାଜ୍ୟସ୍ତରୀୟ ନେତୃବୃନ୍ଦଙ୍କ ଗହଣରେ ଦଳରେ ମିଶିବେ ।