ବିଜେପିରେ ମିଶିଲେ ରବିନ୍ଦ୍ର ଜେନା

0

ଓଡ଼ିଆ ନ୍ୟୁଜ୍: ବିଜେପିରେ ମିଶିଲେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା।ରାଜ୍ୟ ପାର୍ଟି ଅଫିସରେ ଧରିଲେ ପଦ୍ମ।ଶତାଧିକ ସମର୍ଥକଙ୍କ ସହ ବିରାଟ ପଟୁଆରରେ ଆସି ପଦ୍ମ ଧରିଲେ।ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେପିରେ ମିଶିଲେ। ଶଙ୍ଖ ଛାଡି ପଦ୍ମ ଧରିଲେ ପୂର୍ବତନ ସାଂସଦ ତଥା ପୂର୍ବତନ ବାଲେଶ୍ୱର ବିଜେଡି ଜିଲ୍ଲା ସଭାପତି ରବୀନ୍ଦ୍ର ଜେନା । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେପି କାର୍ଯ୍ୟାଳୟରେ ନିଜ ସମର୍ଥକଙ୍କ ସହ ରବୀନ୍ଦ୍ର ବିଜେପିରେ ଯୋଗଦେଲେ । ଏହି ମିଶ୍ରଣ ପର୍ବରେ ବାଲେଶ୍ୱର ଜିଲ୍ଲାର କିଛି ବିଧାୟକ ବି ମଞ୍ଚରେ ଉପସ୍ଥିତ ଥିଲେ । ରବୀନ୍ଦ୍ର ଜେନାଙ୍କ ସହିତ ପଞ୍ଚାୟତ, ବ୍ଲକ୍ ସ୍ତରୀୟ ବିଜେଡି ନେତା ଓ ଛାତ୍ର ନେତା ବି ବିଜେପିରେ ମିଶିଛନ୍ତି ।

ବୁଧବାର ଇଡକୋ ପ୍ରଦର୍ଶନୀ ପଡିଆ ସାମ୍ନାରୁ ବିରାଟ ପଟୁଆରରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ନିଜ ସମର୍ଥକଙ୍କ ସହ ପାର୍ଟି ଅଫିସରେ ପହଞ୍ଚିଥିଲେ । ରାଜ୍ୟ ବିଜେପି ପକ୍ଷରୁ ରବୀନ୍ଦ୍ର ଜେନାଙ୍କ ସମେତ ଅନ୍ୟ ନେତା ମାନଙ୍କୁ ବିଜେପିକୁ ସ୍ୱାଗତ କରାଯାଇଥିଲା । ତେବେ ପଦ୍ମ ଶିବିରରେ ରବୀନ୍ଦ୍ର ଜେନା ଯୋଗଦେବା ପରେ ବାଲେଶ୍ୱରରେ ବିଜେପି ଆହୁରି ଶକ୍ତିଶାଳୀ ହେଲା ବୋଲି ବିଜେପି ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.