ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା, ରାଧାରାଣୀ ପଣ୍ଡାଙ୍କ ନାଁରେ ମୋହର ମାରିଲା ଦଳ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ରାଧାରାଣୀ ପଣ୍ଡା ବିଜେପି ପ୍ରାର୍ଥୀ। ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା। ରାଧାରାଣୀ ପଣ୍ଡାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କଲା ଦଳ। ବ୍ରଜରାଜନଗରର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା। ମେ’୩୧ରେ ଭୋଟିଂ ହେବ। ଜୁନ ୩ ତାରିଖରେ ଗଣତି ରହିଛି। ବ୍ରଜରାଜନଗର ବିଧାୟକ ଥିବା କିଶୋର ମହାନ୍ତିଙ୍କର ଦେହାନ୍ତ ପରେ ଏହି ଆସନଟି ଖାଲି ପଡିଥିଲା। ଗତବର୍ଷ ଡିସେମ୍ବର ୩୧ ତାରିଖରେ କିଶୋର ମହାନ୍ତିଙ୍କ ଦେହାନ୍ତ ହୋଇଥିଲା।

୨୦୧୪ ନିର୍ବାଚନରେ ବିଜେପିରୁ ରାଧାରାଣୀ ପଣ୍ଡା ବିଜୟୀ ହୋଇଥିଲେ। ୨୦୧୯ ନିର୍ବାଚନରେ ୧୧ହଜାର ୬୩୪ଖଣ୍ଡ ଭୋଟ୍‌ ବ୍ୟବଧାନରେ ପରାସ୍ତ ହୋଇଥିଲେ। ୨୦୧୯ ନିର୍ବାଚନରେ ବିଜେଡି ବିଧାୟକ କିଶୋର ମହାନ୍ତିଙ୍କୁ ମିଳିଥିଲା ୮୦ ହଜାର ୧୫୨ ଖଣ୍ଡ ଭୋଟ । ୪୮.୭ ପ୍ରତିଶତ ଭୋଟ ପାଇଥିଲେ । ସେହିପରି ବିଜେପିର ରାଧାରାଣୀ ପଣ୍ଡା ୬୮ ହଜାର ୫୧୮ ଭୋଟ ପାଇଥିଲେ । ତାଙ୍କୁ ମିଳିଥିଲା ୪୧.୬୩ ପ୍ରତିଶତ ଭୋଟ । ରାଧାରାଣୀ ପଣ୍ଡାଙ୍କ ବିଜୟ ପାଇଁ ସମସ୍ତେ ମିଳିମିଶି ଲଢ଼ିବୁ ବୋଲି କହିଛନ୍ତି ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ।

Leave A Reply

Your email address will not be published.