ଓଡ଼ିଆଣୀ ବେଶରେ ଦର୍ଶନ ଦେବେ ରାଧାରାଣୀ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ):  କାର୍ତ୍ତିକ ମାସ ଧାର୍ମିକ ଦୃଷ୍ଟିରୁ ଖୁବ ମହତ୍ୱପୂର୍ଣ୍ଣ ଅଟେ l ମାନ୍ୟତା ରହିଛି ଯେ ଏହି ମାସରେ କରାଯାଉଥିବା ଶୁଭ କାର୍ଯ୍ୟ ଭଲ ଫଳ ପ୍ରଦାନ କରିଥାଏ l କାର୍ତ୍ତିକ ମାସ ଶୁକ୍ଲପକ୍ଷ ର ନବମୀ ତିଥି କୁ ଅଁଳା ନବମୀ ଭାବରେ ପାଳନ କରାଯାଇ ଥାଏ l

ଏହିଦିନ ଟିକୁ ଅକ୍ଷୟ ନବମୀ ମଧ୍ୟ କୁହାଯାଇ ଥାଏ l ଚଳିତ ବର୍ଷ ଏହା ନଭେମ୍ବର ୨୧ ତାରିଖ ତାରିଖ ମଙ୍ଗଳବାର ଅନୁଷ୍ଠିତ ହେବ l ମାନ୍ୟତା ଅନୁସାରେ ଏହିଦିନ ଭଗବାନ କୃଷ୍ଣ ବୃନ୍ଦାବନ ରୁ ମଥୁରା ଗମନ କରିଥିଲେ l ପୁରୀ ସାକ୍ଷୀଗୋପାଳର ସାକ୍ଷୀଗୋପୀନାଥ ମନ୍ଦିରରେ ରାଧାପାଦ ଦର୍ଶନ ନୀତି ହେବ । ରାଧାରାଣୀ ଓଡ଼ିଆଣୀ ବେଶରେ ଓ ଶ୍ରୀକୃଷ୍ଣ ନଟବର ବେଶରେ  |ସଜ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ । ଏଥିପାଇଁ ବଡ଼ି ଭୋରରୁ ହଜାର ହଜାର ଶ୍ରଦ୍ଧାଳୁ ଲମ୍ବା ଧାଡ଼ିରେ ଛିଡ଼ା ହୋଇଛନ୍ତି । ସାକ୍ଷୀଗୋପାଳ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଛି ।

ଶ୍ରଦ୍ଧାଳୁମାନେ ବର୍ଷକୁ ଥରେ ମାତ୍ର ଏହି ଦର୍ଶନର ସୌଭାଗ୍ୟ ପାଇଥାନ୍ତି । ତେଣୁ ଆଜି ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ଥିବାରୁ ପ୍ରଶାସନ ପକ୍ଷରୁ ହୋଇଛି ବ୍ୟାପକ ବ୍ୟବସ୍ଥା । ମାନ୍ୟତା ରହିଛି ଯେ କାର୍ତିକ ମାସ ଶୁକ୍ଲପକ୍ଷ ନବମୀ ତିଥି ରୁ ନେଇ କାର୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଭଗବାନ ଶ୍ରୀକୃଷ୍ଣ ଅଁଳା ଗଛରେ ନିବାସ କରନ୍ତି l ତେଣୁ ଏହିଦିନ ଅଁଳା ବୃକ୍ଷ କୁ ପୂଜା କରାଯାଇ ଥାଏ l ମାନ୍ୟତା ଅନୁସାରେ ଏହିଦିନ ପବିତ୍ର ନଦୀରେ ପୂଜା କରିବା ଦ୍ୱାରା ଜୀବନ ର ସମସ୍ତ ପାପ ରୁ ମୁକ୍ତି ମିଳିଥାଏ l

Leave A Reply

Your email address will not be published.