ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ହଟିଲା ନିଲମ୍ବନ। ଆମ୍ ଆଦମୀ ପାର୍ଟି ନେତା ତଥା ରାଜ୍ୟସଭା ସାଂସଦ ରାଘବ ଚଡ୍ଡା ଫେରି ପାଇଲେ ନିଜ ସଦସ୍ୟତା। ରାଜ୍ୟସଭା ତାଙ୍କ ନିଲମ୍ବନକୁ ରଦ୍ଦ କରିଛନ୍ତି। ରାଜ୍ୟସଭା ସଭାପତି ଜଗଦୀପ ଧନଖଡ ଆପ୍ ସାଂସଦଙ୍କ ଉପରେ ଲାଗିଥିବା ନିଲମ୍ବନ ପ୍ରକ୍ରିୟାକୁ ହଟାଇ ଦେଇଛନ୍ତି। ରାଜ୍ୟସଭାରେ ଏନେଇ ଏକ ପ୍ରସ୍ତାବ ପାରିତ କରାଯାଇଛି। ସୋମବାର ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି। ଏହାପରେ ରାଜ୍ୟସଭାରେ ଏହି ଆପ୍ ସାଂସଦଙ୍କ ନିଲମ୍ବକୁ ଫେରାଇ ନେବା ପାଇଁ ଏକ ପ୍ରସ୍ତାବ ପାରିତ ହୋଇଥିଲା। ଏନେଇ ରାଜ୍ୟସଭାରେ ଏକ ବୈଠକ ମଧ୍ୟ ହୋଇଥିଲା। ବୈଠକ ପରେ ରାଜ୍ୟସଭା ଅଧ୍ୟକ୍ଷ ଚଡ୍ଡାଙ୍କୁ ସଦସ୍ୟତା ଫେରାଇବାକୁ ନିଷ୍ପତ୍ତି ନେଇଥିଲେ।
ସେପଟେ ଆପ୍ ସାଂସଦ ରାଘବ ଚଡ୍ଡା ତାଙ୍କ ନିଲମ୍ବନ ହଟିଥିବା ନେଇ ଖୁସି ବ୍ୟକ୍ତ କରିଛନ୍ତି। ସୁପ୍ରିମକୋର୍ଟ ଓ ରାଜ୍ୟସଭା ସଭାପତି ଜଗଦୀପ ଧନଖଡେଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, ‘୧୧ ଅଗଷ୍ଟରେ ରାଜ୍ୟସଭାରୁ ମୋତେ ନିଲମ୍ବିତ କରି ଦିଆଯାଇଥିଲା। ନିଲମ୍ବନ ରଦ୍ଦ କରିବା ପାଇଁ ସୁପ୍ରିମକୋର୍ଟ ଯାଇଥିଲି।ଆଜି ଶୀତ ଅଧିବେଶନର ଉଦଘାଟନୀ କାର୍ଯ୍ୟଦିବସରେ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦ୍ବୀପ ଧନଖଡ ଏହି ନିଲମ୍ବିତ ପ୍ରତ୍ୟାହାର କରିବା ପରେ ସଦସ୍ୟତା ଫେରି ପାଇଛନ୍ତି ଚଢା ।
ଏହାସହ ସେ ଗୃହରେ ଆଜି ଅଧିବେଶନରେ ଅଂଶଗ୍ରହଣ ମଧ୍ୟ କରିଛନ୍ତି । ଏହାପରେ ଚଢା ଏକ ଭିଡିଓ ବାର୍ତ୍ତା ମଧ୍ୟ ଜାରି କରିଛନ୍ତି । ସେ ଏହି ମାମଲାରେ ସର୍ବୋଚ୍ଚ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ସେ ଆଜିର ନିଷ୍ପତ୍ତି ପାଇଁ ସର୍ବୋଚ୍ଚ କୋର୍ଟଙ୍କୁ ଓ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି ।ଆଜି ଅପରାହ୍ନରେ ଚଢାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗରେ ରାଜ୍ୟସଭା ସ୍ବାଧୀକାର କମିଟିର ବୈଠକ ବସିଥିଲା । ଏହାପରେ କମିଟିର ସୁପାରିଶ କ୍ରମେ ଏହି ପ୍ରତ୍ୟାହାର ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଭିଡିଓ ବାର୍ତ୍ତାରେ ସେ ନିଲମ୍ବନ ଆଦେଶ ହଟିବା ପରେ ଖୁସି ଥିବା ଓ ଏଥିପାଇଁ ସର୍ବୋଚ୍ଚ କୋର୍ଟ ଓ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଦେଇଛନ୍ତି । ସେହିପରି ତାଙ୍କୁ ସଂସଦରୁ 115 ଦିନ ନିଲମ୍ବିତ କରାଗଲା । ସେ ଅବଧି ମଧ୍ୟରେ ଲୋକଙ୍କ ପ୍ରଶ୍ନ ସରକାରଙ୍କୁ ପଚାରିବାରୁ ବଞ୍ଚିତ ରହିଲେ ବୋଲି ଚଢା କହିଛନ୍ତି ।