ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଓଡିଶା ଆସିବେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ । ଓଡିଶା ଆସିବାକୁ ନିୟନ୍ତ୍ରଣ କରିଛି ରାଜ୍ୟ କଂଗ୍ରେସ । ହେଲେ କେବେ ଆସିବେ, ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ । ଏନେଇ ଖୁବ ଶୀଘ୍ର ସୂଚନା ଦିଆଯିବ ବୋଲି ଜଣାପଡିଛି । ୫ଟି ରାଜ୍ୟରେ ନିର୍ବାଚନ ଶେଷ ପରେ ଓଡିଶା ଆସିବେ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡଗେ ।
ଏନେଇ ସୂଚନା ଦେଇଛନ୍ତି କଂଗ୍ରେସ ନେତା ଚେଲ୍ଲା କୁମାର । ଆମେ ଅଲ୍ ଇଣ୍ଡିଆ କଂଗ୍ରେସ କମିଟିର ସଭାପତି ମଲ୍ଲିକାର୍ଜୁନ ଖଡଗେ, ପ୍ରିୟଙ୍କା ଗାନ୍ଧୀ, ରାହୁଲ ଗାନ୍ଧୀଙ୍କୁ ନିମନ୍ତ୍ରଣ କରିଛୁ ଓଡ଼ିଶା ଆସିବା ପାଇଁ । ସେଥିପାଇଁ ଆମେ ପ୍ରାଥମିକ ଭାବରେ ଗ୍ରାଉଣ୍ଡ ପ୍ରସ୍ତୁତ କରୁଛୁ । ବୁଥ ସ୍ତରରେ ପ୍ରସ୍ତୁତ ଖୁବ୍ ଶୀଘ୍ର ସରିଯିବ । ଏହି ମାସରେ ବୁଥ କମିଟି ଗଢ଼ିବା ଶେଷ ହେଇଯିବ । ତାପରେ ସମସ୍ତ ନେତୃବୃନ୍ଦ ଓଡ଼ିଶା ଆସିବେ । ପାଞ୍ଚଟି ରାଜ୍ୟରେ ନିର୍ବାଚନ ଚାଲିଛି ତାପରେ ସେମାନେ ଆସିବେ ।
ଖବର ଅନୁଯାୟୀ, ଆଗାମୀ କିଛି ଦିନ ମଧ୍ୟରେ ଓଡିଶା ଆସିବେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ମହାସଚିବ ପ୍ରିୟଙ୍କା ଗାନ୍ଧୀ । ଓଡିଶା ଆସିବାକୁ ରାଜ୍ୟ କଂଗ୍ରେସ ପକ୍ଷରୁ ନିୟନ୍ତ୍ରଣ କରାଯାଇଛି ।ତେବେ ଏହି ଗସ୍ତ ଅବସରରେ କେଉଁ କେଉଁ ସ୍ଥାନକୁ ଯିବେ । ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ । ସମୟ ଆସିଲେ ରାଜ୍ୟ କଂଗ୍ରେସ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯିବ ବୋଲି ଅନୁମାନ କରାଯାଉଛି ।