ସରକାରୀ ବାସଭବନ ଛାଡିଲେ ରାହୁଲ ଗାନ୍ଧି, ଟ୍ରକରେ ଆଣିଲେ ଆସବାବପତ୍ର

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ସରକାରୀ ବଙ୍ଗାଳା ଛାଡିଲେ ରାହୁଲ ଗାନ୍ଧି। ମୋଦି ଉପନାମ ମାନହାନି ମାମଲାରେ ୨ ବର୍ଷ ଜେଲ ଦଣ୍ଡାଦେଶ ଏବଂ ସାଂସଦ ପଦ ହରାଇବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ସରକାରୀ ବଙ୍ଗଳା ଖାଲି କରିବାକୁ ନୋଟିସ ମିଳିଥିଲା । ଏହି ନିର୍ଦ୍ଦେଶକୁ ମାନି ରାହୁଲ ଗାନ୍ଧି ଦିଲ୍ଲୀର ୧୦ ତୁଗଲକ ଲେନ୍ ରେ ଥିବା ସରକାରୀ ବଙ୍ଗଳା ଖାଲି କରୁଛନ୍ତି ।  ବଙ୍ଗଳାରେ ଥିବା ରାହୁଲଙ୍କ ଆସବାବ ଓ ଅନ୍ୟ ସାମଗ୍ରୀକୁ ଏକ ଟ୍ରକରେ ଲୋଡ୍ କରି ସୋନିଆ ଗାନ୍ଧିଙ୍କ ବାସଭବନକୁ ସ୍ଥାନାନ୍ତର କରାଯାଉଛି । ଖୁବ୍ ଶୀଘ୍ର ରାହୁଲ ନିଜ ମା’ଙ୍କ ସହ ରହିବେ । ମାର୍ଚ୍ଚ ୨୩ରେ ସୁରତର ଏକ ଅଦାଲତ ମାନହାନୀ ମାମଲାରେ ତାଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ।

ତେବେ ଏହାର କିଛି ସମୟ ପରେ ତାଙ୍କୁ ଜାମିନ ମଧ୍ୟ ମିଳିଥିଲା। କିନ୍ତୁ ଏହାର ପରଦିନ ତାଙ୍କର ସଂସଦ ସଦସ୍ୟପଦ ରଦ୍ଦ କରାଯାଇଥିଲା । ସେ କେରଳର ୱାୟନାଡରୁ ଲୋକସଭା ସଦସ୍ୟ ଥିଲେ। ସଂସଦର ସଦସ୍ୟତା ରଦ୍ଦ ହେବା ପରେ ମାର୍ଚ୍ଚ ୨୭ତାରିଖରେ ତାଙ୍କୁ ବଙ୍ଗଳା ଖାଲି କରିବାକୁ ନୋଟିସ୍ ଦିଆଯାଇଥିଲା।

ନୋଟିସ୍ ପାଇବା ପରେ ରାହୁଲ କହିଥିଲେ ଯେ ସରକାରୀ ବଙ୍ଗଳା ସହ ତାଙ୍କର ଅନେକ ଭଲ ସ୍ମୃତି ରହିଛି। ଏହାପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ତାଙ୍କୁ ସୋନିଆଙ୍କ ବଙ୍ଗଳାକୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥିଲେ।

Leave A Reply

Your email address will not be published.