ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପୁଣି ଅଡୁଆରେ କଂଗ୍ରେସ ସାଂସଦ ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ବୀର ସାବରକରଙ୍କ ସମ୍ପର୍କରେ ରାହୁଲ ଦେଇଥିବା ଆପତ୍ତିଜନକ ମନ୍ତବ୍ୟ ମାମଲାରେ ହାଜର ହେବାକୁ ପୁନେ କୋର୍ଟଙ୍କ ପକ୍ଷରୁ ନୋଟିସ୍ ଜାରି କରାଯାଇଛି। ସୂଚନା ମୁତାବକ, ଗତ ବର୍ଷ ରାହୁଲ ବ୍ରିଟେନ ଯାଇଥିବା ବେଳେ ସାବରକରଙ୍କ ସମ୍ପର୍କରେ ଅପମାନସୂଚକ ଟିପ୍ପଣୀ କରିଥିଲେ ।
ଏହା ବିରୋଧରେ ସାବରକରଙ୍କ ସମ୍ପର୍କୀୟ ପୁତୁରା ପୁଣେର ଗୋଟିଏ କୋର୍ଟରେ ମାନହାନୀ ମାମଲା କରିଥିଲେ । ଏହାର ଶୁଣାଣୀ କରି କୋର୍ଟ ଆଜି ରାହୁଲ ଗାନ୍ଧୀଙ୍କୁ ସମନ କରିଛନ୍ତି । ତାଙ୍କୁ ଅକ୍ଟୋବର ୨୩ରେ କୋର୍ଟରେ ହାଜର ହେବାକୁ ସମନରେ କୁହାଯାଇଛି । ସାବରକରଙ୍କ ଅଭିଯୋଗ ଅନୁସାରେ ରାହୁଲ କହିଥିଲେ ଯେ ‘ଭି ଡି ସାବରକାର ଏକ ବହି ଲେଖିଥିାଲ ଓ ସେ ଥିରେ ଲେଖାଥଇଲା କି ସେ ଏବଂ ତାଙ୍କର ୫-୬ ଜଣ ସାଙ୍ଗ ମିଶି ଜଣେ ମୁସ୍ଲମାନ୍ ବ୍ୟକ୍ତିଙ୍କୁ ମାଡ଼ ମାରିଥିଲେ।
ଆଉ ମାଡ଼ ମାରିବା ପରେ ସେମାନେ ବହୁତ ଖୁସି ହୋଇଥିଲେ।’’ ଏନେଇ ସାବରକରଙ୍କ ସମ୍ପର୍କୀୟ ପୁଣେ କୋର୍ଟରେ ମାନହାନି ମକଦ୍ଦମା କରିଥିଲେ। ଏହାର ଶୁଣାଣି କରି ଶନିବାର କୋର୍ଟ ରାହୁଲଙ୍କୁ ନୋଟିସ୍ କରି ଅକ୍ଟୋବର ୨୩ରେ ହାଜର ହେବାକୁ ନୋଟିସରେ କୁହାଯାଇଛି।