ଓଡ଼ିଆ ନ୍ୟୁଜ୍: ଜୁଲାଇ ଦ୍ବିତୀୟ ସପ୍ତାହରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି।ସୂଚନା ଦେଲେ ପିସିସି ସଭାପତି ଭକ୍ତ ଚରଣ ଦାସ।କଂଗ୍ରେସର ମହିଳା ବିରୋଧୀ ହିଂସା କାର୍ଯ୍ୟକ୍ରମରେ ଯୋଗ ଦେବେ।ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଜୁଲାଇ ଦ୍ବିତୀୟ ସପ୍ତାହର ଓଡ଼ିଶା ଆସିବେ । ରାହୁଲଙ୍କ ସହ କଂଗ୍ରେସ ଦଳ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ମଧ୍ୟ ଓଡ଼ିଶା ଗସ୍ତ କରିବେ ।
ଭୁବନେଶ୍ୱରରେ କଂଗ୍ରେସ ପକ୍ଷରୁ ବଡ଼ ସମାବେଶ ହେବାକୁ ଯାଉଛି ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ ସୂଚନା ପ୍ରଦାନ କରିଛନ୍ତି। ଏହି ସମାବେଶରେ ରାହୁଲ ଗାନ୍ଧୀ ଓ ଦଳୀୟ ଅଧ୍ୟକ୍ଷ ସାମିଲ ହେବେ ।ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଓ ବର୍ଷକର ବିଜେପି ସରକାରଙ୍କର ବିଫଳତାକୁ ନେଇ କଂଗ୍ରେସ ଏହି ସମାବେଶ କରିବ। ଜୁଲାଇ ୯ରେ ରାହୁଲ ଗାନ୍ଧୀ ଓଡ଼ିଶାରେ ଆସି ପହଞ୍ଚିବେ ।