ବିଧାନସଭା ନିର୍ବାଚନ ପରେ କେନ୍ଦ୍ର ସରକାର ଗ୍ୟାସ୍ ଓ ପେଟ୍ରୋଲର ଦରବୃଦ୍ଧି କଲେ ରାଜରାସ୍ତାକୁ ଓହ୍ଳାଇବ କଂଗ୍ରେସ: କେନ୍ଦ୍ରସରକାରକୁ ଚେତାବନୀ ଦେଲେ ରାହୁଲ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ପୁଣି  ଅହେତୁକ ଦର ବୃଦ୍ଧି ନେଇ କେନ୍ଦ୍ର ସରକାର ଉପରେ ବର୍ଷିଲେ କଂଗ୍ରେସ ନେତା ରାହୁଲ ଗାନ୍ଧି ଟାର୍ଗେଟ କରିଛନ୍ତି। ବ୍ୟବସାୟିକ ରନ୍ଧନ ଗ୍ୟାସ ଏବଂ କ୍ଷୀରର ମୂଲ୍ୟ ବୃଦ୍ଧି ନେଇ ରାହୁଲ ସିଧା ଟାର୍ଗେଟ କରିଛନ୍ତି।  ବିଧାନସଭା ନିର୍ବାଚନ ପରେ ଇନ୍ଧନର ମୂଲ୍ୟ ବୃଦ୍ଧି ହେଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି କଂଗ୍ରେସ ଚେତାବନୀ ଦେଇଛି।

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି ଯେ ଏଲପିଜି ମୂଲ୍ୟ ବଢ଼ାଇ ସରକାର ପ୍ରମାଣ କରିଛନ୍ତି ଯେ ଲୋକଙ୍କ ଅସୁବିଧା ସହ ସରକାରଙ୍କର କୌଣସି ସମ୍ପର୍କ ନାହିଁ। ଏହା ସହିତ ରାହୁଲ କହିଛନ୍ତି ସରକାର ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି କରିପାରନ୍ତି।
ରାହୁଲ ଗାନ୍ଧୀ ଏକ ଟ୍ୱିଟ୍‌ରେ କହିଛନ୍ତି ଯେ ଆଜି ଏଲପିଜି ମୂଲ୍ୟ ବଢ଼ିଥିବାବେଳେ ଆଉ କିଛି ଦିନ ପରେ ପେଟ୍ରୋଲ-ଡିଜେଲ ମୂଲ୍ୟ ମଧ୍ୟ ବଢିବ।

ସେହିପରି କଂଗ୍ରେସ ନେତ୍ରୀ ଅଳକା ଲାମ୍ବା କହିଛନ୍ତି ଯେ ମାର୍ଚ୍ଚ ପହିଲାରୁ ଦୁଗ୍ଧର ମୂଲ୍ୟ ୨ ଟଙ୍କା ବଢ଼ିଥିବାବେଳେ ଏହା ଶିଶୁ ଓ ମହିଳାଙ୍କ ପାଇଁ ଏକ ଝଟକା ସଦୃଶ ହୋଇଛି। ସେ କହିଛନ୍ତି ଯେ ଦିଲ୍ଲୀରେ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୦୫ ଟଙ୍କା ବୃଦ୍ଧି କରାଯାଇଛି | ଏହା ସହିତ ଲାମ୍ବା କହିଛନ୍ତି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ସମାପ୍ତ ହେବା ପରେ ଘରୋଇ ରନ୍ଧନ ଗ୍ୟାସର ହାର ମଧ୍ୟ ୨୭ ଟଙ୍କା ବୃଦ୍ଧି ପାଇବ। ଉତ୍ତରପ୍ରଦେଶରେ ବିଜେପି ହାରୁଛି ବୋଲି ଜାଣିସାରିଲାଣି | ତେଣୁ ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରର ଆଭିମୁଖ୍ୟ ସ୍ପଷ୍ଟ ଜଣା ପଡ଼ିଗଲାଣି ବୋଲି ଲାମ୍ବା କହିଛନ୍ତି।

ନିର୍ବାଚନ ସମୟରେ ଏଲପିଜି ମୂଲ୍ୟ ବଢ଼ିଥିବାରୁ ଲୋକମାନେ ବିଜେପିକୁ ଦଣ୍ଡ ଦେବାକୁ ଯାଉଛନ୍ତି। ଯଦି ନିର୍ବାଚନ ପରେ ଗ୍ୟାସ ମୂଲ୍ୟ ବଢେ ତେବେ କଂଗ୍ରେସ ଦଳ ରାସ୍ତାକୁ ଓହ୍ଲାଇବ ବୋଲି ଅଳକା କହିଛନ୍ତି |

Leave A Reply

Your email address will not be published.