ଜଗତସିଂହପୁରରେ ନକଲି କ୍ଷୀର ଗୋଦାମରେ ରେଡ୍

0

ଓଡ଼ିଆ ନ୍ୟୁଜ୍: କ୍ଷୀରରେ ଅପମିଶ୍ରଣ । ଜଗତସିଂହପୁର ଜିଲ୍ଲା ତରାସାହିରେ ଥିବା ଦୁଗ୍ଧ ସଂଗ୍ରହ କେନ୍ଦ୍ରରେ ଚଢାଉ । ଅପମିଶ୍ରଣ ଦୁଗ୍ଧ ସହ ବିପୁଳ ପରିମାଣର ନକଲି ଦୁଗ୍ଧ ପାଉଡର ଜବତ ହୋଇଛି । ଏହି ଦୁଗ୍ଧ ସଂଗ୍ରହ କେନ୍ଦ୍ରରେ ଦୀର୍ଘ ଦିନ ହେଲା ହେଉଥିଲା ଅପମିଶ୍ରଣ ।

ଜନୈକ ଦୁଗ୍ଧ ବ୍ୟବସାୟୀ ସ୍ଥାନୀୟ ଅଞ୍ଚଳ ଚାଷୀଙ୍କଠାରୁ ଦୁଗ୍ଧ ସଂଗ୍ରହ ପରେ ଏଥିରେ ଅପମିଶ୍ରଣ କରି ପରିମାଣ ବଢାଇବା ସହ ଏହାକୁ ଓମ୍‌ଫେଡକୁ ସପ୍ଲାଇ କରୁଥିଲେ । ତେବେ ଏ ବାବଦରେ ଅଭିଯୋଗ ପରେ ଜଗତସିଂହପୁର ଉପଜିଲ୍ଲାପାଳ ଓ ଜିଲ୍ଲା ଖାଦ୍ୟ ନିରୀକ୍ଷକଙ୍କ ନେତୃତ୍ବରେ ୫ ଜଣିଆ ଟିମ୍ ଚଢାଉ କରିଛନ୍ତି । ଏହି ଘଟଣାରେ ଜାରି ରହିଛି ତନାଘନା ।

Leave A Reply

Your email address will not be published.