ଓଡ଼ିଶା ପାଇଁ ୧୦ହଜାର ୯୨୮କୋଟି

0

ଓଡ଼ିଆ ନ୍ୟୁଜ୍: କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରେସ୍‌ମିଟ୍‌।ବଜେଟ୍‌ରେ ଓଡ଼ିଶା ପାଇଁ ୧୦ ହଜାର ୯୨୮ କୋଟି ଟଙ୍କା ରହିଛି। ଇଷ୍ଟ- ୱେଷ୍ଟ କରିଡରରୁ ଓଡ଼ିଶାକୁ ବଡ଼ ଫାଇଦା ମିଳିବ। ଇଷ୍ଟ- ୱେଷ୍ଟ କରିଡର ଓଡ଼ିଶା ଦେଇ ଛତିଶଗଡ଼, ମହାରାଷ୍ଟ୍ର, ଗୁଜରାଟ ଯିବ। ଓଡ଼ିଶାର ଶିଳ୍ପ ବିକାଶରେ ଇଷ୍ଟ- ୱେଷ୍ଟ କରିଡର ବଡ଼ ଭୂମିକା ନିଭାଇବ।ଗତ ୧୧ ବର୍ଷରେ ଓଡ଼ିଶାରେ ୨ ହଜାର ୨ ଶହ କିମି ନୂଆ ଟ୍ରାକ୍‌ ତିଆରି ହୋଇଛି।ଯାହା ସମଗ୍ର ମାଲେସିଆରେ ଥିବା ଟ୍ରେନ୍‌ ଟ୍ରାକ୍‌ଠାରୁ ଅଧିକ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଦେଉଛି।ମଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଡବଲ ଇଞ୍ଜିନ ସରକାର ବେଶ୍‌ ଭଲ କାମ କରୁଛି।

ସେ କହିଛନ୍ତି, ୫ ବର୍ଷରେ ଓଡ଼ିଶାକୁ ମିଳିବ ଏକ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ। ଇଷ୍ଟ-ଓ୍ଵେଷ୍ଟ କରିଡ଼ରରୁ ଓଡ଼ିଶାକୁମିଳିବ ଫାଇଦା। ଇଷ୍ଟ-ଓ୍ଵେଷ୍ଟ କରିଡର ଓଡ଼ିଶା ଦେଇ ଛତିଶଗଡ଼, ମହାରାଷ୍ଟ୍ର, ଗୁଜରାଟ ଯିବ। ଏହା ସହିତ ୧୭ ନୂଆ ପ୍ରକଳ୍ପ ଆରମ୍ଭ କରିବାକୁ ଯୋଜନା ରହିଛି। ଗତ ୧୧ ବର୍ଷରେ ରାଜ୍ୟରେ ୨୨୦୦ କିମି ନୂଆ ଟ୍ରାକ ହୋଇଛି। ଯାହା ସମଗ୍ର ମାଲେସିଆରେ ଥିବା ଟ୍ରେନ ଟ୍ରାକ୍ ଠାରୁ ଅଧିକ।ରାଜ୍ୟରେ ଏପର୍ଯ୍ୟନ୍ତ ୯୦ କୋଟି ଟଙ୍କାର ପ୍ରକଳ୍ପ କାମ ଚାଲିଛି। ଆଉ ୧୦ କୋଟି ଟଙ୍କା କଲେ ଆମର ମିସନ‌ ପୂରା ହେବ। ରାଜ୍ୟରେ ୬ଟି ବନ୍ଦେ ଭାରତ ଏବଂ ୬ଟି ଅମୃତ ଭାରତ ଏକ୍ସପ୍ରେସ୍‌ ଚାଲିଛି। ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଜି ଏହା କହିଛନ୍ତି।

Leave A Reply

Your email address will not be published.