ରେଳମନ୍ତ୍ରୀଙ୍କ ବଡ ସୂଚନା, ଡିସେମ୍ବରରୁ ଚାଲିବ ମେଟ୍ରୋ ଟ୍ରେନ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ ବଡ ସୂଚନା ଦେଇଛନ୍ତି। ବନ୍ଦେ ଭାରତ ଏକ୍ସପ୍ରେସ ପରେ ଏବେ ଦେଶରେ ବନ୍ଦେ ମେଟ୍ରୋ ଟେନ ଚାଲିବ। ରେଳ ମନ୍ତ୍ରଳାୟ ପକ୍ଷରୁ ଉକ୍ତ ଟ୍ରେନକୁ ଡିସେମ୍ବର ସୁଦ୍ଧା ଚଳାଇବା ନେଇ ଯୋଜନା ଚାଲିଛି। ଦେଶର ପ୍ରମୁଖ ‌ମେଟ୍ରୋ ଗୁଡ଼ିକରେ ଉକ୍ତ ଟ୍ରେନ ଚାଲିବ। ୧୦୦ କିମି ଦୂର ପର୍ଯ୍ୟନ୍ତ ଏହି ଟ୍ରେନ ଚାଲିବ।

ଏହାଫଳରେ ଲୋକାଲ ଟ୍ରେନ ଉପରେ ଚାପ ହ୍ରାସ ପାଇବ। ଦିନକୁ ୪ରୁ ୫ ଥର ଉକ୍ତ ଟ୍ରେନ ଚାଲିବା ଯୋଜନା ରହିଛି। ମେଟ୍ରୋ ଟ୍ରେନ ଭଳି ଏଥିରେ ୮ଟି ବଗି ରହିବ। ଚାକିରିଆ ଓ ଛାତ୍ରଛାତ୍ରୀମାନେ ଏହାଫଳରେ ଉନ୍ନତମାନର ଯାତ୍ରା ଅଭିଜ୍ଞତା ପାଇବେ। ଗୋଟିଏ ସହରରୁ ଅନ୍ୟ ସହରକୁ ଯିବା କିମ୍ବା ନିକଟବର୍ତ୍ତୀ ଅଞ୍ଚଳରୁ ମେଟ୍ରୋକୁ ଯିବା କ୍ଷେତ୍ରରେ ସେମାନଙ୍କର ଯଥେଷ୍ଟ ସମୟ ବଞ୍ଚିବ।

ରେଳ ମନ୍ତ୍ରାଳୟ ପକ୍ଷରୁ ଚେନ୍ନାଇସ୍ଥିତ ଇଣ୍ଟିଗ୍ରାଲ କୋଚ ଫ୍ୟାକ୍ଟ୍ରି ଏବଂ ଲକ୍ଷ୍ନୌସ୍ଥିତ ରିସର୍ଚ୍ଚ ଡିଜାଇନ ଆଣ୍ଡ ଷ୍ଟାଣ୍ଡାର୍ଡ ଅର୍ଗାନାଇଜେସନ (ଆରଡିଏସଓ)କୁ ଉକ୍ତ ବଗି ନିର୍ମାଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.