ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଗତକାଲି ସକାଳ ୮.୩୦ ସମୟରେ ସୁଦୃଶଃ -ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଗୋଟିଏ ଅବପାତ ରେ ପରିଣତ ହୋଇଛି | ଏହା ବର୍ତ୍ତମାନ ଓଡିଶା ଉପକୂଳ ପାର୍ଶ୍ଵବର୍ତ୍ତୀ ୨୦.୮ ଡ଼ିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୮୫.୬ ଡ଼ିଗ୍ରୀ ପୂର୍ବ ଦ୍ରାଘିମା ନିକଟରେ ଭୁବନେଶ୍ୱର ଠାରୁ ଉତ୍ତର ଉତ୍ତର ପଶ୍ଚିମ ଦିଗରେ କେନ୍ଦ୍ରୀଭୂତ ରହିଛି
| ଆଜି ସବୁ ଜିଲ୍ଲା କୁ ସତର୍କ ସୂଚନା ଜାରି ହୋଇଛି। 4 ଟି ଜିଲାକୁ ରେଡ୍ ୱାର୍ଣି ,୧୭ ଜିଲ୍ଲା କୁ ଅରେଞ୍ଜ୍ ଓ ୯ ଟି ଜିଲା କୁ ୟେଲୋ ୱାର୍ନି ଜାରି କରାଯାଇଛି।
ଅବପାତ ପ୍ରଭାବରେ ଓଡ଼ିଶାର ସମସ୍ତ ବନ୍ଦର ପାରାଦୀପ, ପୁରୀ, ଚାନ୍ଦବାଲି/ଧାମରା, ଏବଂ ଗୋପାଳପୁର ପାଇଁ ଜାରି ହେଲା ୩ ନମ୍ବର ବିପଦ ସଂକେତ ।ଆଜିଠୁ ସମୁଦ୍ର ଅଶାନ୍ତ ରହିବା ଆଶଙ୍କା ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। ଅତିପ୍ରବଳ ବର୍ଷା ପ୍ରଭାବରେ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ହେବାର ସମ୍ଭାବନା ରହିଛି। ତଳିଆ ଅଞ୍ଚଳ, ଅଣ୍ଡରପାସ୍ ରୋଡରେ ଜଳବନ୍ଦୀ ଅବସ୍ଥା ହେବା ଆଶଙ୍କା କରାଯାଉଛି। ପ୍ରବଳ ବର୍ଷା ଯୋଗୁ କଚ୍ଚା ରାସ୍ତା ଓ କଚ୍ଚା ଘର ପ୍ରଭାବିତ ହେବା ସହ ସହରାଞ୍ଚଳରେ ଟ୍ରାଫିକ ସମସ୍ୟା ଉପୁଜିବା ଆଶଙ୍କା କରାଯାଉଛି ।
ଗତ ୨୪ ଘଣ୍ଟାରେ ରାଜ୍ୟରେ ସକ୍ରିୟ ମୌସୁମୀ ତଥା ସୁଦୃଶଃ ଲଘୁଚାପ କ୍ଷେତ୍ର ପ୍ରଭାବରେ ନବରଙ୍ଗପୁର ଜିଲ୍ଲା କୁସୁମଗୁଡା ଠାରେ ସର୍ବାଧିକ ବର୍ଷା ୧୬୧ମିମି ରେକର୍ଡ ହୋଇଥିବା ବେଳେ , ରାଜ୍ୟରେ ୮ସ୍ଥାନରେ ଅତିପ୍ରବଳ ବର୍ଷା ରେକର୍ଡ ହୋଇଥିବା ବେଳେ ୪୪ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି | ପରେ ପୁଣି ୧୩ ତାରିଖରୁ ବର୍ଷାର ପରିମାଣ ବଢିବ। ମହାନଦୀ ଉପର ଓ ତଳ ଅବବାହିକାରେ ଅଧିକ ବର୍ଷା ହୋଇଛି। ନଦୀ ଜଳସ୍ତର ବର୍ତ୍ତମାନ ଫୁଲିବାରେ ଲାଗିଛି। ୧୩ ରୁ ପୁଣି ଲଘୁଚାପ ବର୍ଷା ହେଲେ ବନ୍ୟା ପରିସ୍ଥିତି ସବୁଠି ଉପୁଜୀବ। ଗତ ଦୁଇ ଦିନ ପ୍ରବଳ ବର୍ଷାରେ ମାଲକାନଗିରି ରେ ଆକସ୍ମିକ ବନ୍ୟା ସ୍ଥିତି ଦେଖାଦେଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶାର ନାଗାବଳୀ, ବଂଶଧାରା, ଋଷିକୂଲ୍ୟା ନଦୀ ଫୁଲିବାରେ ଲାଗିଛି।