କାଲିଠୁ ବର୍ଷା; ସବୁ ବନ୍ଦରକୁ ୧ନଂ ବିପଦ ସଙ୍କେତ ଜାରି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ସକାଳେ ୱେଲ୍ ମାର୍କଡ ଲୋ ପ୍ରେସର ଅବପାତରେ ପରିଣତ ହୋଇଛି। ତାହା ଏବେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଛି। ଏହା ଅଧିକ ଘନୀଭୂତ ହୋଇ ଆସନ୍ତାକାଲି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ନେବ ବାତ୍ୟାର ରୂପ। ପରେ ଏହା ଗଭୀର ଅବପାତର ରୂପ ନେଇ ଆସନ୍ତାକାଲି ବାତ୍ୟାର ରୂପ ନେବ । ଏହି ବାତ୍ୟା ୨୪ ସକାଳ ଆଡକୁ ଭୀଷଣ ରୂପ ନେଇ ଉପକୂଳ ମୁହାଁ ହେବ ।

୨୪ ରାତି କିମ୍ବା ୨୫ ସକାଳେ ଏହା ଉପକୂଳ ଛୁଇଁବ । ଏହାପରେ ବାତ୍ୟା ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୪ ସକାଳେ ଆହୁରି ସିଭିୟର ହେବ । ବାତ୍ୟା ପ୍ରଭାବରେ ଆସନ୍ତାକାଲି ସନ୍ଧ୍ୟା ବା ରାତିରୁ ପାଗରେ ପରିବର୍ତ୍ତନ ହେବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାପାତ୍ର । ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଆହୁରି କହିଛନ୍ତି, ଅବପାତ କାଲି ସକାଳ ସୁଦ୍ଧା ନେବ ବାତ୍ୟାର ରୂପ। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା। ଉତ୍ତର ପଶ୍ଚିମ ଦିଗରେ ଗତିକରି ଭୀଷଣ ବାତ୍ୟାରେ ପରିଣତ ହେବ ଏବଂ ୨୪ ରାତି କିମ୍ବା ୨୫ ସକାଳ ଲ୍ୟାଣ୍ଡଫଲ କରିବ ଭୀଷଣ ବାତ୍ୟା ଦାନା।

ଲ୍ୟାଣ୍ଡଫଲ କରିବା ସମୟରେ ଘଣ୍ଟାପ୍ରତି ବହିବ ୧୦୦ ରୁ ୧୧୦ କିମି ବେଗରେ ପବନ। ଏଥିନେଇ ପୁରୀ, ଗୋପାଳପୁର, ପାରାଦୀପ ଏବଂ ଧାମରା ବନ୍ଦରରେ ବିପଦ ସଙ୍କେତ ଜାରି କରାଯାଇଛି। ସବୁ ବନ୍ଦକୁ ୧ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି। ଏଣୁ ଆଜିଠାରୁ ୨୫ ତାରିଖ ଯାଏଁ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ନଯିବାକୁ ପରାମର୍ଶ ଦିଆଯାଇଛି। ଏଣେ ରାଜ୍ୟ ସରକାର ମଧ୍ୟ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଦାନା’ ନେଇ ସଜାଗ ଅଛନ୍ତି ଏବଂ ସମସ୍ତ ବନ୍ଦୋବସ୍ତ କରୁଛନ୍ତି।

Leave A Reply

Your email address will not be published.