ଆଗାମୀ ୨୪ ଘଣ୍ଟାରେ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଆସନ୍ତା ୧୫ରୁ ରାଜ୍ୟରେ ଶୀତ ପଡ଼ିବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହି ଦିନ ରାତିର ସର୍ବନିମ୍ନ ତାପମାତ୍ରାରେ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇପାରେ। ଗତକାଲି ରାତିରେ ସେମିଳିଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୧୨.୨ ଡିଗ୍ରୀ ଓ ଦାରିଙ୍ଗବାଡ଼ିରେ ୧୪.୫ ଡିଗ୍ରୀ ରେକର୍ଡ଼ କରାଯାଇଛି।

ବୁଧବାର ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ ଓ ରାୟଗଡ଼ା ଜିଲ୍ଲାରେ ହାଲୁକା ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଗୁରୁବାର ପାଗ ଶୁଖିଲା ରହିବ । ଅନ୍ୟପଟେ, ଆସନ୍ତା ୧୫ ତାରିଖରୁ ରାଜ୍ୟରେ ଖସିବ ପାରଦ ବୃଦ୍ଧି ପାଇବ ଶୀତ । ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ଯାଏ କମିଯିବ । ଏହା ପ୍ରଭାବରେ ଅଧିକ ଶୀତ ଅନୁଭୂତ ହେବ ।

ତେବେ ସୋମବାର ଫୁଲବାଣୀରେ ରାତି ତାପମାତ୍ରା ସବୁଠୁ କମ୍‌ ରହିଛି ଯାହା ୧୫.୨ ଡିଗ୍ରୀ ରେକର୍ଡ ହୋଇଥିଲା । ସେହିପରି ତାପରକୁ ଅନୁଗୁଳରେ ୧୬ ଡିଗ୍ରୀ ରେକର୍ଡ କରାଯାଇଛି, ତା ତଳକୁ କୋରାପୁଟ ଓ ଭବାନୀପାଟଣାରେ ୧୬.୫, କେନ୍ଦୁଝରରେ ୧୭, ନବରଙ୍ଗପୁରରେ ୧୭, ରାୟଗଡ଼ାରେ ୧୮, ରାଉରକେଲାରେ ୧୮.୪, ବଲାଙ୍ଗୀରରେ ୧୮.୫, ଢେଙ୍କାନାଳରେ ୧୮.୯, ସୋନପୁର ଓ ନୟାଗଡ଼ରେ ୧୯.୨, ବୌଦ୍ଧରେ ୧୯.୮ ଓ ହୀରାକୁଦରେ ୧୯.୯ ଡିଗ୍ରୀ ରେକର୍ଡ ହୋଇଛି ।

Leave A Reply

Your email address will not be published.