ଖଣ୍ଡ ଖଣ୍ଡ ଭସା ବାଦଲରେ ଭର୍ତ୍ତି ସାରା ଆକାଶ, ମେଘ ଉଭାନ୍

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଦୁର୍ବଳ ମୌସୁମୀ ଯୋଗୁଁ ରାଜ୍ଯର ବିଭିନ୍ନ ଜିଲ୍ଲା ମାନଙ୍କ ରେ ବଢିଚାଲିଛି ଦିନର ତାପମାତ୍ରା। ସ୍ବାଭାବିକ ତାପମାତ୍ରା ଠାରୁ ୩ ରୁ ୪ ଡିଗ୍ରୀ ଅଧିକ ରହୁଛି। ଗତ ୨୪ ଘଣ୍ଟା ଭିତରେ ରାଜ୍ଯ ର ୨୨ ଟି ସହର ତାପମାତ୍ରା ୩୫ ଡିଗ୍ରୀ ରୁ ଅଧିକ ରେକର୍ଡ ହୋଇଛି। ସର୍ବାଧିକ ତାପମାତ୍ରା ୩୬.୭ ଡିଗ୍ରୀ ରେକର୍ଡ କରାଯାଇଛି ଅନୁଗୁଳ ଜିଲ୍ଲା ରେ। ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କ ରେ ତାପମାତ୍ରା ଅଧିକ ରହୁଛି। ଏଭଳି ପାଗ ଆହୁରି ୨ ଦିନ ରହିବ କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ଆସନ୍ତା ୫ରୁ ରାଜ୍ଯ ରେ ବଢିବ ବର୍ଷା। ପ୍ରଥମେ ଘଡଘଡି ବିଜୁଳି ସହ ବର୍ଷା ରାଜ୍ୟରେ ହେବ। ପ୍ରଥମ ସପ୍ତାହ ଶେଷ ବେଳକୁ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ଏହାପରେ ୯ ରୁ ୧୫ ତାରିଖ ମଧ୍ୟରେ ଆଉ ଏକ ଲଘୁଚପ କ୍ଷେତ୍ର ସମ୍ଭାବନା ରହିଛି ବଙ୍ଗୋପସାଗର ରେ। ଯାହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ୫ ତାରିଖରେ ଅନୁଗୁଳ, ଢେଙ୍କାନାଳ, ମୟୁରଭଂଜ, କେନ୍ଦୁଝର, ଯାଜପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ସୋନପୁର, ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ଗଂଜାମ, ଗଜପତି, ରାୟଗଡା, ବାଲେଶ୍ଵର ରେ ଘଡଘଡି ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର। ୧ ଜୁନ୍ ରୁ ଆଜି ସୁଦ୍ଧା ୯୯୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଯାହାକି ୯୪୧.୧ ମିଲିମିଟର ତୁଳନାରେ ୬ ପ୍ରତିଶତ ଅଧିକ। ଦେବଗଡ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ରାୟଗଡା ଓ କୋରାପୁଟ ଏହି ୬ ଟି ଜିଲ୍ଲା ରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ ହୋଇଛି। ସେପ୍ଟେମ୍ବର ପ୍ରଥମ ୨ ସପ୍ତାହ ରେ ୨ ଟି ଲଘୁଚାପ ରାଜ୍ୟରେ ବର୍ଷା କରାଇବ। ଏବଂ ଦୁର୍ବଳ ମୌସୁମୀ କୁ ସକ୍ରିୟ ହେବାରେ ସହାୟକ ହେବ। ଏହା ସହ ଏବେ ରାଜ୍ୟରେ କୌଣସି ବାତ୍ୟା ଆଶଙ୍କା ନଥିବା ସ୍ପଷ୍ଟ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

Leave A Reply

Your email address will not be published.