ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ରାଇରଙ୍ଗପୁର ମହାବିଦ୍ୟାଳୟ ଓଡିଆ ବିଭାଗର ଆଲୋଚନାଚକ୍ର | ରାଇରଙ୍ଗପୁର ମହାବିଦ୍ୟାଳୟ ଓଡିଆ ବିଭାଗରେ ‘ପ୍ରକଳ୍ପ ପତ୍ର ପ୍ରସ୍ତୁତି ଓ ଗବେଷଣା ପ୍ରବିଧି’ ଶୀର୍ଷକରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଅଧ୍ୟାପକ ଜିତେନ୍ଦ୍ର ନାଥ ମହାନ୍ତଙ୍କ ପୌରୋହିତ୍ଯରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ବିଭାଗର ମୁଖ୍ୟ ଡକ୍ଟର ମିଲନ ମହାନ୍ତ ଗବେଷଣା ପଦ୍ଧତି ଓ ପ୍ରକଳ୍ପ ପତ୍ର ପ୍ରସ୍ତୁତି ବିଷୟରେ ସବିଶେଷ ଆଲୋଚନା କରିଥିବା ବେଳେ ଅଧ୍ୟାପିକା ଡକ୍ଟର ତନ୍ମୟୀ ରଥ ନିଜର ଗବେଷଣା ଅନୁଭୂତି ବର୍ଣନା କରି ଗବେଷକର ଧର୍ମ ଓ ଅଙ୍ଗୀକାରବଦ୍ଧ କାର୍ଯ୍ୟଶୈଳୀ ବିଷୟରେ ଗୁରୁତ୍ୱାରୋପ କରିଥିଲେ ।
ପରେ ପରେ ବିଭାଗର ଅନ୍ୟତମ ଅଧ୍ୟାପକ ଆନ୍ଦ୍ରେଶ ମାର୍ଣ୍ଡି ଛାତ୍ରଛାତ୍ରୀଙ୍କୁ ପାଠାଗାରର ବ୍ୟବହାର ଓ କ୍ଷେତ୍ର ଅଧ୍ଯୟନ କୌଶଳ ବିଷୟରେ ଦିଗଦର୍ଶନ ପ୍ରଦାନ କରିଥିଲେ । ଆଲୋଚନାଚକ୍ରର ସଂପାଦିକା ଗୌରୀମଣି ହେମ୍ବ୍ରମ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବାବେଳେ ଧନ୍ୟବାଦ ଅର୍ପଣ କରିଥିଲେ ସହସଂପାଦିକା ଉଷସୀ ବେହେରା। ଏହି ଅବସରରେ ଜଗନ୍ନାଥଙ୍କ ଭଜନ ଗାନ କରିଥିଲେ ପ୍ରଥମ ବର୍ଷର ଛାତ୍ର ମଙ୍ଗଲ ସିଂ ମୁନ୍ଦୟା ।
ପ୍ରଶ୍ନୋତ୍ତର ପର୍ଯ୍ୟାୟରେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀ ହର୍ଷିତା ପାଲ , ସଞ୍ଜନା ବେହେରା , ସୁରେଶ ନାଏକ, ମାଳତୀ ମୁର୍ମୁ, ଲିଜା ମୁଣ୍ଡା, ମୁନମୁନ ମହାନ୍ତ, ରାଇମାତ ମୁର୍ମୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ପରିଶେଷରେ ପଞ୍ଚମ ପର୍ଯ୍ୟାୟ ପରୀକ୍ଷା ପାଇଁ ପ୍ରକଳ୍ପ ପତ୍ରର ବିଷୟ ନିର୍ବାଚନ ନିମନ୍ତେ ତୃତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦଳଗତ ଆଲୋଚନା ଅନୁଷ୍ଠିତ ହୋଇଥିଲା ।