ପବିତ୍ର ଦୁର୍ଗାପୂଜାରେ ରାଇରଙ୍ଗପୁର ଚଳଚଞ୍ଚଳ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପବିତ୍ର ଦୁର୍ଗାପୂଜାରେ ରାଇରଙ୍ଗପୁର ଚଳଚଞ୍ଚଳ | ଆଉ ମାତ୍ର ଦୁଇ ତିନି ପରେ ଆସୁଛି ଜଗତଜନନୀ ମାଦୁର୍ଗାଙ୍କ ପୂଜାପାର୍ବଣ |ସେଥିଯୋଗୁଁ ରାଇରଙ୍ଗପୁର ସହରର ସମସ୍ତ ଡ୍ରେସ, ଶାଢୀ ଦୋକାନରେ ଲୋକମାନଙ୍କର ଭିଡ ଜମି ରହିଛି | ତା ସହିତ ମା ଦୁର୍ଗାଙ୍କ ମୂର୍ତ୍ତୀ ତିଆରି ଜୋର ସୋରରେ ଚାଲିଛି |

ସେଥିଯୋଗୁଁ ରାଇରଙ୍ଗପୁର ବଜାର କସମୋ ବଜାର, ଓ ପି ମାର୍ଟ ତଥା ନାମୀଦାମୀ ଶାଢୀ ଦୋକାନରେ ବିଶେଷ କରି ମହିଳାମାନଙ୍କର ଗହଳି ପରିଲକ୍ଷିତ ହେଉଛି | କାରିଗର ମଧ୍ଯ ବେଶ ଉତ୍ସାହ ସହ ମାଙ୍କ ମୂର୍ତ୍ତୀକୁ ଗଢିଚାଲିଛି | ପୂଜାପାର୍ବଣ ପାଇଁ ଗହଳି ହେଉଥିବାରୁ ରାଇରଙ୍ଗପୁର ସହର ର ସମସ୍ତ ଛକ ମାନଙ୍କରେ ଟ୍ରାଫିକ ବ୍ଯବସ୍ଥା କଡାକଡି କରିବା ପାଇଁ ରାଇରଙ୍ଗପୁର ସହରର ସଚେତନ ନାଗରିକ ପୋଲିସ ପ୍ରଶାସନ ଠାରେ ନିବେଦନ କରିଛନ୍ତି |

ସୂଚନାଯୋଗ୍ଯ, ମା ଦୁର୍ଗା ମୂର୍ତ୍ତୀ ଆଗରୁ ଦୂରଦୁରାନ୍ତର କୁ ଯାଉଥିଲା କିନ୍ତୁ ରାଇରଙ୍ଗପୁରରୁ ଜାମସେଦପୁର ରାସ୍ତା ଖରାପ ଯୋଗୁଁ ଅଧିକ ଦୂର ଯାଇପାରୁନାହିଁ ବୋଲି ଜନୈକ କାରିଗର ଅନମୋଲ ପଦ୍ଦାର ସୂଚନା ଦେଇଛନ୍ତି |

Leave A Reply

Your email address will not be published.