ଓଡ଼ିଆ ନ୍ୟୁଜ୍: ଆଦିବାସୀ ଏକତା ମଞ୍ଚ ତରଫରୁ ବନ୍ଦ ପାଳନ।ଗିରଫ ଆନ୍ଦୋଳନକାରୀଙ୍କୁ ଛାଡି଼ବା ଦାବିରେ ବନ୍ଦ ପାଳନ।ବନ୍ଦ ଡାକରାରେ ୧୫ ଟି ଆଦିବାସୀ ସଂଗଠନ ସାମିଲ।ନାବାଳିକାକୁ ଅସଦାଚରଣ ଘଟଣାରେ ହୋଇଥିଲା ଗଣ୍ଡଗୋଳ।ଗଣ୍ଡଗୋଳରେ ଆହତ ହୋଇଥିଲେ ୧୩ ପୋଲିସ ଅଧିକାରୀ।ଘଟଣାରେ ୩୪ ଜଣ ଆନ୍ଦୋଳନକାରୀଙ୍କୁ ଗିରଫ କରିଛି ପୋଲିସ।
ବିଶୋଇ, ରାଇରଙ୍ଗପୁର, ବହଳଦା ଓ ତିରିଂ ଅଞ୍ଚଳର ସମସ୍ତ ଛକରେ ସଂଗଠନ ର କର୍ମୀମାନେ ପିକେଟିଂ କରି ବନ୍ଦ ପାଳନ କରୁଛନ୍ତି । ତିରିଂ ଥାନା ଅଞ୍ଚଳର ନାବାଳିକାଙ୍କୁ ଅସଦାଚରଣ ପ୍ରତିବାଦ ବେଳେ ପୋଲିସ ଗିରଫ କରିଥିବା ଆନ୍ଦୋଳନକାରୀଙ୍କୁ ଖୋଲାସ ଦାବିରେ ବନ୍ଦ ପାଳନ କରୁଛି କରାଯାଇଛି।
ଗତ କିଛିଦିନ ତଳେ ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ତଥା ବହଳଦା ବ୍ଲକ ଅନ୍ତର୍ଗତ ବିଞ୍ଝୁଆ ଗ୍ରାମ ପାଲଟିଥିଲା ରଣକ୍ଷେତ୍ର । ଜଣେ ସଂଖ୍ୟାଲଘୁ ଯୁବକ ଜନୈକା ଆଦିବାସୀ ନାବାଳିକାକୁ ଅସଦାଚରଣ ଉଦ୍ୟମ କରିବାରୁ ତାଙ୍କ ସମ୍ପର୍କୀୟ ଓ ଗ୍ରାମବାସୀ ଭିଆଇଥିଲେ ଲଙ୍କାକାଣ୍ଡ । ବିକ୍ଷୋଭ ବେଳେ ପୋଲିସ ଜନତା ଖଣ୍ଡଯୁଦ୍ଧ ଭୟଙ୍କର ରୂପ ନେଇଥିଲା ।