ଓଡ଼ିଆ ନ୍ୟୁଜ, ରାଜସ୍ଥାନ : ବାହାଘର ପାଇଁ ବଦଳିଲା ବିଧାନସଭା ନିର୍ବାଚନ ତାରିଖ । ନିର୍ବାଚନ ଆୟୋଗ ଆଜି ରାଜସ୍ଥାନ ବିଧାନସଭା ନିର୍ବାଚନର ତାରିଖ ପରିବର୍ତ୍ତନ କରିଛନ୍ତି। ପୂର୍ବରୁ ନଭେମ୍ବର ୨୩ରେ ମତଦାନ ହେବ ବୋଲି ସ୍ଥିର କରାଯାଇଥିଲା। ବର୍ତ୍ତମାନ ଏହି ତାରିଖକୁ ପରିବର୍ତ୍ତନ କରାଯାଇଛି। ନିର୍ବାଚନ ଆୟୋଗ ଏବେ ନଭେମ୍ବର ୨୫ରେ ମତଦାନ କରିବାକୁ ଘୋଷଣା କରିଛନ୍ତି।
ଆସନ୍ତାମାସ (ନଭେମ୍ବର) 23 ତାରିଖ ପରିବର୍ତ୍ତେ 25 ତାରିଖରେ ଭୋଟିଂ ହେବ । ଗଣତି ତାରିଖରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ପୂର୍ବଘୋଷିତ ଡିସେମ୍ବର 3 ତାରିଖରେ ଅନ୍ୟ 4 ରାଜ୍ୟ ସହ ରାଜସ୍ଥାନରେ ଗଣତି ହେବା ସହ ଜନାଦେଶ ପ୍ରକାଶ ପାଇବ । 23 ତାରିଖରେ ରାଜ୍ୟରେ ବହୁସଂଖ୍ୟାରେ ବିବାହ ବ୍ରତ ଓ ସାମାଜିକ କାର୍ଯ୍ୟକ୍ରମ ଥିବାରୁ ତାରିଖ ପରିବର୍ତ୍ତନ କରିବା ପାଇଁ ଏକାଧିକ ରାଜନୈତିକ ଓ ସାମାଜିକ ସଂଗଠନ ନିର୍ବାଚନ ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।ତେବେ ସୂଚନା ଅନୁସାରେ, ରାଜସ୍ଥାନରେ ୨୩ ନଭେମ୍ବରରେ ନିର୍ବାଚନ ହେବାକୁ ସ୍ଥିର ହୋଇଥିଲା । କିନ୍ତୁ ବିଭିନ୍ନ ସାମାଜିକ ସଙ୍ଗଠନ ଏହି ତାରିଖ ପରିବର୍ତ୍ତନ କରିବାକୁ ଦାବି କରିଥିଲେ । କାରଣ ୨୩ ନଭେମ୍ବରରେ ରାଜସ୍ଥାନରେ ଅଧିକ ମାତ୍ରାରେ ବାହାଘର ରହିଛି ।
ତେଣୁ ଏହିଦିନ ନିର୍ବାଚନ ହେଲେ ମତଦାନ ହ୍ରାସ ପାଇପାରେ । ତେଣୁ ଏହାକୁ ଦୃଷ୍ଟିରେ ରଖି ତାରିଖ ବଦଳାଇବାକୁ ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ କମିଶନ । କେବଳ ରାଜସ୍ଥାନ ନିର୍ବାଚନ ପାଇଁ ତାରିଖ ବଦଳିଛି । ଅନ୍ୟ ସମସ୍ତ ରାଜ୍ୟର ନିର୍ବାଚନ ପୂର୍ବ ନିର୍ଦ୍ଧାରିତ ତାରିଖରେ ହେବ ।