ଓଡ଼ିଆ ନ୍ୟୁଜ୍: ପାକିସ୍ତାନକୁ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଚେତାବାନୀ। ଆମ ଧୈର୍ଯ୍ୟର ପରୀକ୍ଷା କରନି। ନହେଲେ ଭାରତ କ୍ୱାଲିଟି ଜବାବ ଦେବ। ଆଜି ପାକିସ୍ତାନକୁ ଏଭଳି ଧମକ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ। ସେ କହିଛନ୍ତି ଯେ ଆମକୁ ଉସୁକାଇଲେ ଭାରତ “କ୍ୱାଲିଟି ଜବାବ” ଦେବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଦିଲ୍ଲୀରେ ନ୍ୟାସ୍ଲନାଲ କ୍ୱାଲିଟି କନକ୍ଲେଭ୍କୁ ସମ୍ବୋଧିତ କରି ଏପରି କହିଛନ୍ତି ରାଜନାଥ ସିଂହ।
ଅପରେସନ ସିନ୍ଦୂରରେ ପାଗଳ ହୋଇଯାଇଛି ପାକିସ୍ତାନ। ଏହାର ଜବାବରେ ପାକିସ୍ତାନ ଭାରତରେ ୧୫ ସାମରିକ ଲକ୍ଷ୍ୟସ୍ଥଳ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା। ହେଲେ ଭାରତର ଏୟାର ଡିଫେନ୍ସ ସିଷ୍ଟମ ଏହାକୁ ନିଷ୍ଟ କରିଦେଇଛି। ଜବାବରେ, ଭାରତ ଆଜି ପାକିସ୍ତାନର ଅନେକ ସ୍ଥାନରେ ବାୟୁ ପ୍ରତିରକ୍ଷା ରାଡାରକୁ ଟାର୍ଗେଟ କରିଛି। ଏଥିରେ ଲାହୋରରେ ସିଷ୍ଟମକୁ ନଷ୍ଟ କରି ଦିଆଯାଇଛି।