ରାଜ୍ୟସଭା ନିର୍ବାଚନ ପାଇଁ ଫର୍ମ ନେଲା କଂଗ୍ରେସ

0

ଓଡ଼ିଆ ନ୍ୟୁଜ୍: ରାଜ୍ୟସଭା ପାଇଁ, ନୋମିନେସନ ଫର୍ମ ନେଲା କଂଗ୍ରେସ।୩ ସେଟ୍ ଫର୍ମ ନେଲେ ବିଧାୟକ ସତ୍ୟଜିତ ଗମାଙ୍ଗ।ରାଜ୍ୟସଭା ନିର୍ବାଚନରେ ଚତୁର୍ଥ ଆସନ ପାଇଁ ପ୍ରାର୍ଥୀ ଦେବ କଂଗ୍ରେସ। ସେପଟେ ଆଜି ଦିଲ୍ଲୀ ଗଲେ ପିସିସି ସଭାପତି । ରାଜ୍ୟସଭା ନିର୍ବାଚନ ନେଇ ହାଇକମାଣ୍ଡଙ୍କ ସହ ଆଲୋଚନା କରିବା ପାଇଁ ଦିଲ୍ଲୀ ଗଲେ ପିସିସି ସଭାପତି ଭକ୍ତଚରଣ ଦାସ । ପ୍ରତିଭା ସମ୍ପନ୍ନ ବ୍ୟକ୍ତିଙ୍କୁ ସମର୍ଥନ କରି ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଦେଲେ ଭଲ ହେବ ବୋଲି କହିଛନ୍ତି ପିସିସି ସଭାପତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟସଭାରେ ଯିଏ ରାଜ୍ୟର ସ୍ୱାର୍ଥ ପାଇଁ ଲଢେଇ କରିବ । ସେହିଭଳି ଲୋକ ପ୍ରାର୍ଥୀ ହେଲେ ରାଜ୍ୟ ପାଇଁ ଭଲ କଥା । ଆମ ନଜରରେ ବି ପ୍ରାର୍ଥୀ ଅଛନ୍ତି । କିନ୍ତୁ କିଏ ପ୍ରାର୍ଥୀ ହେବ, ସେ ନିଷ୍ପତ୍ତି କଂଗ୍ରେସ ହାଇକମାଣ୍ଡ ନେବେ । ସେହିପରି ନବୀନ ବାବୁ ବି କାହାକୁ ପ୍ରାର୍ଥୀ କରିବେ, ତାହା ତାଙ୍କ ଉପରେ ନିର୍ଭର କରେ । ପ୍ରଭାସ ପଟ୍ଟନାୟକ, ଲଲିତ ମାନସିଂହ, ଡାକ୍ତର ସୁବ୍ରତ ଆଚାର୍ଯ୍ୟଙ୍କ ଭଳି ବିଭିନ୍ନ ଦିଗରୁ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ନାଁ ରହିଛି ।

Leave A Reply

Your email address will not be published.