୧୬ ସେଟ୍‌ ଫର୍ମ କିଣିଲା ବିଜେପି

0

ଓଡ଼ିଆ ନ୍ୟୁଜ୍: ରାଜ୍ୟସଭା କସରତ; ୧୬ ସେଟ୍‌ ଫର୍ମ କିଣିଲା ବିଜେପି। ମୁଖ୍ୟ ସଚେତକ ସରୋଜ ପ୍ରଧାନ ଓ ୫ ବିଧାୟକ ଯାଇ ଫର୍ମ କିଣିଲେ।କିଏ କେତେବେଳେ ପ୍ରାର୍ଥୀଙ୍କ ଚୟନ ନେଇ ବୟାନ ଦେଉଛି ତ ଆଉ କିଏ ସମର୍ଥନ ନେଇ ମତ ରଖୁଛି। ନିକଟରେ ବିଜେଡି ରାଜ୍ୟସଭା ନିର୍ବାଚନ ପାଇଁ ଦୁଇ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା ବେଳେ କଂଗ୍ରେସ ଏବଂ ବିଜେପି କୌଣସି ନାମ ଘୋଷଣା କରିନାହାନ୍ତି । ଏହିକ୍ରମରେ ସୋମବାର ଦିନ ବିଜେପି ପକ୍ଷରୁ ନୋମିନେସନ ଫର୍ମ ନିଆଯାଇଛି । ରାଜ୍ୟସଭା ନିର୍ବାଚନ ପାଇଁ ୧୬ ସେଟ୍‌ର ନୋମିନେସନ ଫର୍ମ ନେଇଛି ଭାରତୀୟ ଜନତା ପାର୍ଟି ।

ଖବର ଅନୁଯାୟୀ, ରାଜ୍ୟସଭା ରାଜନୀତି ନେଇ ରାଜ୍ୟ ଉଠୁଛି ପଡୁଛି । ବିଜେଡି-ବିଜେପି-କଂଗ୍ରେସ ଟଣାଓଟରା । ବୟାନ ବି ଜବରଦସ୍ତ । ଚାଲିଛି ଆରୋପ ପ୍ରତ୍ୟାରୋପର ଲଢେଇ । ଏସବୁ ଭିତରେ ରାଜ୍ୟସଭାର ୪ଟି ଆସନ ହାତେଇବା ପାଇଁ ସବୁ ଦଳର ଭିନ୍ନ ଭିନ୍ନ ରଣନୀତି । କିଛି ଦିନ ତଳେ ବିଜେଡି ରାଜ୍ୟସଭା ନିର୍ବାଚନ ପାଇଁ ଫର୍ମ ସେଟ୍‌ ନେଇଥିବା ବେଳେ ସୋମବାର ଦିନ ବିଜେପି ୧୬ ସେଟ୍‌ର ଫର୍ମ ନେଇଛି । ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ ନିଜେ ଯାଇ ନିର୍ବାଚନ କମିଶନଙ୍କ ଅଫିସରୁ ଫର୍ମ ଆଣିଛନ୍ତି । ସରକାରୀ ଦଳ ମୁଖ୍ୟ ସଚେତକଙ୍କ ସମେତ ଦଳର ବରିଷ୍ଠ ନେତା ସାମିଲ ଥିଲେ ।

Leave A Reply

Your email address will not be published.