ଓଡ଼ିଆ ନ୍ୟୁଜ୍: ୯ ଜଣିଆ ରାଜ୍ୟସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି।ବିହାରରୁ ପ୍ରାର୍ଥୀ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ।ଶିବେଶ କୁମାର ମଧ୍ୟ ବିହାରରୁ ଦ୍ବିତୀୟ ପ୍ରାର୍ଥୀ।ଆସାମରୁ ତେରାଶ ଗୋୱାଲା, ଜୋଗେନ ମୋହନ ପ୍ରାର୍ଥୀ।ଛତିଶଗଡ଼ରୁ ଲକ୍ଷ୍ମୀ ବର୍ମା, ହରିୟାଣାରୁ ସଞ୍ଜୟ ଭାଟିଆ ପ୍ରାର୍ଥୀ।ପଶ୍ଚିମବଙ୍ଗରୁ ପ୍ରାର୍ଥୀ ହେଲେ ରାହୁଲ ସିହ୍ନା।
ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପାଇଁ ଗୋଟିଏ ଦିନ ବାକି ରହିଛି । ବିହାରର ୫ ଟି ଆସନ ପାଇଁ ଏନଡିଏ ଓ ଆରଜେଡି ମଧ୍ୟରେ ମୁକାବିଲା ହେଉଛି । ବିହାର ସମେତ ୧୦ ରାଜଞର ୩୭ ରାଜ୍ୟସଭା ଆସନ ପାଇଁ ମାର୍ଚ୍ଚ ୧୬ ତାରିଖରେ ନିର୍ବାଚନ ହେବ । ବିହାରର ୫ ଟି ଆସନ ପାଇଁ ଅଧିସୂଚନା ଫେବୃଆରି ୨୬ ତାରିଖରେ ଜାରି କରାଯାଇଥିଲା । ନାମାଙ୍କନର ଶେଷ ତାରିଖ ମାର୍ଚ୍ଚ ୫ ତାରିଖ ।