ଓଡିଆ ନ୍ୟୁଜ୍(ବ୍ୟୁରୋ): ରାଜ୍ୟସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ସହ ଆରମ୍ଭ ହୋଇଛି ଅଙ୍କକଷା । ବିଜେଡି କାହାକୁ ଦେବ ଟିକେଟ୍ । ଦଳରେ ଅନେକ ଆଶାୟୀ ଅଛନ୍ତି । ଅନ୍ୟ ଦଳରୁ ବରିଷ୍ଠ ନେତା ବି ଦଳରେ ମିଶିଛନ୍ତି । କାହାକୁ ରାଜ୍ୟସଭା ପଠାଯିବ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ସୁପ୍ରିମୋ ନବୀନ ପଟ୍ଟନାୟକ । ସବୁବେଳେ ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ଘୋଷଣା ବେଳେ ସରପ୍ରାଇଜ୍ ଦେଇ ଆସିଛନ୍ତି ନବୀନ ।
ଚର୍ଚ୍ଚାରେ ନଥିବା ନେତାଙ୍କୁ ଟିକେଟ ଦେଇଛନ୍ତି । ପୂର୍ବରୁ ଚର୍ଚ୍ଚାରେ ନଥିବା ମମତା ମହନ୍ତ, ସୁବାସ ସିଂଙ୍କ ଭଳି ନେତାଙ୍କୁ ରାଜ୍ୟସଭା ଟିକେଟ ଦେଇଥିଲା ବିଜେଡି । ଏଥର ବି କେହି ସେମିତି ଡାର୍କହର୍ସ ହେବେ କି ? ସସ୍ମିତଙ୍କୁ ରିପିଟ୍ କରିବ କି ଦଳ ? କଂଗ୍ରେସ ଛାଡି ଶଙ୍ଖ ଫୁଙ୍କିଥିବା ପ୍ରଦୀପ ମାଝୀଙ୍କୁ ରାଜ୍ୟସଭା ପଠାଇବେ କି ନବୀନ ? ବିଜେଡି ସବୁବେଳେ ସୁସଂଗଠକଙ୍କୁ ପ୍ରାଧାନ୍ୟ ଦେଇ ଆସିଛି । ଜଣେ ମହିଳାଙ୍କୁ ରାଜ୍ୟସଭା ଟିକେଟ୍ ଦେଇପାରନ୍ତି ନବୀନ । ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ପ୍ରସନ୍ନ ଆଚାର୍ଯ୍ୟ । ତାଙ୍କ ସ୍ଥାନରେ ପଶ୍ଚିମରୁ ଜଣଙ୍କୁ ଦଳ ପ୍ରାର୍ଥୀ କରିପାରେ । ସେହିପରି ଉପକୂଳରୁ ବି ଜଣଙ୍କୁ ରାଜ୍ୟସଭା ପଠାଇ ପାରନ୍ତି ନବୀନ । ଏସସି/ଏସଟି, ଓବିସି ବର୍ଗରୁ କାହାକୁ ମିଳିବ କି ରାଜ୍ୟସଭା ଟିକେଟ୍ ?