ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ବର୍ଷାରେ ରାଜଧାନୀ ହାଲ ବେହାଲ। ଘଡ଼ଘଡ଼ି ଓ ବିଜୁଳି ମାରିବାରୁ ରାଜଧାନୀର ମାଉସୀ ମା ଛକରେ ଥିବା ରାମେଶ୍ୱର ମନ୍ଦିରର ଦଧିନଉତି ୬୦ ଫୁଟ ତଳକୁ ଖସି ପଡ଼ିଥିବା ଜଣାଯାଇଛି। ସୂଚନା ଅନୁଯାୟୀ, ଦିନ ପ୍ରାୟ ୧୦ଟା ୧୦ ମିନିଟ ସମୟରେ ରାମେଶ୍ୱର ମନ୍ଦିରର ଦଧିନଉତି ତଳକୁ ଖସି ପଡ଼ିଥିଲା। ସେଠାରେ ଉପସ୍ଥିତ ଥିବା ବ୍ରାହ୍ମଣ ଓ ପୂଜା କରିବାକୁ ଆସିଥିବା ଲୋକମାନେ ଏନେଇ ଭୟଭୀତ ହୋଇ ଯାଇଥିବା ବେଳେ ପରେ ଟେକ୍ନିକାଲ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ମନ୍ଦିରରେ କୌଣସି ଫାଟ ଥାଇପରେ ବୋଲି ଅନୁମାନ କରାଯାଉଛି।ବର୍ଷା ଛାଡ଼ିବା ପରେ ମନ୍ଦିରର କାର୍ଯ୍ୟ ଆରମ୍ଭ କରାଯିବ ବୋଲି କହିଛନ୍ତି ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ଅଧିକାରୀ କହିଛନ୍ତି।
ଅନ୍ୟପଟେ ଓଡିଶା। ଓଡ଼ିଶାରେ ୧୫ରୁ ୧୯ ତାରିଖ ଯାଏ ପ୍ରବଳ ବର୍ଷାର ଆଶଙ୍କା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯିବା ପରେ ସ୍ବତନ୍ତ୍ର ରିଲିଫ୍ କମିସନର ଜିଲ୍ଲାପାଳ ଓ ପୌର କମିସନରମାନଙ୍କୁ ବର୍ଷା ସତର୍କତାନେଇ ଚିଠି ଲେଖିଛନ୍ତି। ଏଥିରେ ଉଲ୍ଲେଖ ରହିଛି ପ୍ରବଳ ବର୍ଷା ହେତୁ ବନ୍ୟାସ୍ଥିତି ସହ ତଳିଆ ଅଞ୍ଚଳରେ ପାଣି ଜମି ରହିବ।
ଏଣୁ ପମ୍ପ ଜରିଆରେ ଜଳ ନିସ୍କାସନ ଲାଗି ପଦକ୍ଷେପ ନିଆଯିବ। ଏହାଛଡ଼ା ସହରର ଡ୍ରେନଗୁଡ଼ିକୁ ସଫା କରିବାକୁ କୁହାଯାଇଛି। ଠିକ୍ ସେହିପରି ଦୁର୍ବଳ ନଦୀବନ୍ଧ, କେନାଲ ଉପରେ ଦୃଷ୍ଟି ରଖିବାକୁ ନିର୍ଦ୍ଦେଶ ରହିଛି। ନଦୀବନ୍ଧ ଓ କେନାଲ ବନ୍ଧର ମରାମତି କରାଯିବା ଉପରେ ଗୁରୁତ୍ବ ଦେବା ଲାଗି କୁହାଯାଇଛି। ବର୍ଷା ଲାଗି ରହିବା ଯୋଗୁ ଟ୍ରାଫିକ ଜନିତ ସମସ୍ୟା ଉପୁଜିବାର ସମ୍ଭାବନା ରହିଛି। ଜଳମଗ୍ନ ଅଞ୍ଚଳରେ ଯାନବାହନ ଚଳାଚଳ ଯେପରି ସୁରୁଖୁର ଭାବେ ହୋଇପାରେ ସେଥିପ୍ରତି ବି ଧ୍ୟାନ ଦିଆଯିବ।