ରଣପୁରର ଆରାଧ୍ୟ ଦେବୀ ମାଆ ମଣିନାଗଙ୍କ ପୀଠର ହେବ ରୂପାନ୍ତରଣ କାମ, ପ୍ରତିଶ୍ରୁତି ଦେଲେ ଫାଇଭ-ଟି ସଚିବ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଆଜି ନୟାଗଡ ଗସ୍ତରେ ଫାଇଭଟି ସଚିବ ଭିକେ ପାଣ୍ଡିଆନ ଗସ୍ତ କରି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବା ସହ ଜଣ ସାଧାରଣଙ୍କ ସହ ଆଲୋଚନା କରିଛନ୍ତି। ରଣପୁରର ଆରାଧ୍ୟ ଦେବୀ ମାଆ ମଣିନାଗଙ୍କ ପୀଠର ରୂପାନ୍ତରଣ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ। ମା ତାରାତାରିଣୀଙ୍କର ମନ୍ଦିରର ରୂପାନ୍ତରଣ ଭଳି ଏହାର ଉନ୍ନତିକରଣ କରାଯିବ। ଆଜି ରେନକୋଟ ପିନ୍ଧି ଲୋକଙ୍କ ପାଖରେ ପହଞ୍ଚିଥିଲେ ଫାଇଭ-ଟି ସଚିବ। ପ୍ରଥମେ ରଣପୁରର ତଳ ମଣିନାଗ ମନ୍ଦିର ପରିଦର୍ଶନ କରି ମାଆଙ୍କ ନିକଟରେ ପୂଜାର୍ଚ୍ଚନା କରିଛନ୍ତି । ମନ୍ଦିର ବୁଲି ଦେଖିବା ସହିତ ଏହାର ନବକଳେବର ପାଇଁ ଆଲୋଚନା କରିଛନ୍ତି ।‌

ରୂପାନ୍ତରଣ ପାଇଁ ମାଷ୍ଟରପ୍ଲାନ ଦେଖିବା ସହ ପୂଜକ, ଶ୍ରଦ୍ଧାଳୁ ଓ ସ୍ଥାନୀୟ ଲୋକଙ୍କ ସହିତ ଉନ୍ନତିକରଣ ସମ୍ପର୍କରେ ଆଲୋଚନା କରିଥିଲେ। ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ମନ୍ଦିରର ରୂପାନ୍ତରଣ ପ୍ରକଳ୍ପକୁ ଅନୁମୋଦନ କରିବା ପରେ କାମ ଆରମ୍ଭ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଭି.କେ ପାଣ୍ଡିଆନ।ସେହିପରି ରଣପୁରର ସିଏଚସି ପରିଦର୍ଶନ କରି ଆମ ହସପିଟାଲରେ ଚାଲିଥିବା ରୂପାନ୍ତରଣର ଅନୁଧ୍ୟାନ କରିଛନ୍ତି ଫାଇଭ-ଟି ସଚିବ। ସ୍ୱାସ୍ଥ୍ୟ ସଚିବ ଓ ଜିଲ୍ଲାପାଳଙ୍କ ସହିତ ଉନ୍ନତିକରଣ ବାବଦରେ ଆଲୋଚନା କରିଛନ୍ତି। ସିଏଚସି ନିକଟରେ ସହିଦ ରଘୁ-ଦିବାକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।ଫାଇଭ-ଟି ସଚିବଙ୍କୁ ରଣପୁରରେ ଅକୁଣ୍ଠ ଭଲପାଇବା ଦେଖିବାକୁ ମିଳିଥିଲା। ହଜାର ହଜାର ଜନସାଧାରଣ ଏକାଠି ହୋଇଥିଲେ ଫାଇଭ ଟି ସଚିବଙ୍କ ସହ ଭେଟ କରିବା ପାଇଁ।
ଏହାପରେ ରଣପୁର ବାଘସାମନ୍ତ ପଡ଼ିଆରେ ହଜାର ହଜାର ଲୋକଙ୍କ ସମସ୍ୟା ଶୁଣିଛନ୍ତି ଫାଇଭ-ଟି ସଚିବ। ସମସ୍ତ ଦରଖାସ୍ତକୁ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯିବ।‌ଚାଷୀଙ୍କ ସମସ୍ୟାକୁ ପ୍ରାଥମିକତା ଦିଆଯିବା ସହିତ ମନ୍ଦିର,ମସଜିଦ, ଚର୍ଚ୍ଚ ଓ କମ୍ୟୁନିଟି ସେଣ୍ଟର ପାଇଁ ଆସିଥିବା ସମସ୍ତ ଦରଖାସ୍ତର ସପ୍ତାହେ ଭିତରେ ସମସ୍ୟାର ସମାଧାନ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭ଦିନ ଭିତରେ ଏନେଇ ଖୁସି ଖବର ଦେବେ ବୋଲି ସେ କହିଛନ୍ତି ।ଲୋକଙ୍କ ସମସ୍ୟାର କେତେ ସମାଧାନ ହୋଇଛି ସେନେଇ ମାସେ ପରେ ଲୋକମାନଙ୍କୁ ଫୋନ କରି ଅପଡେଟ ନେବ ସିଏମଓ ।

Leave A Reply

Your email address will not be published.