ଓଡ଼ିଆ ନ୍ୟୁଜ୍: ଭୁବନେଶ୍ୱରରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ।ଗୁରୁତର ଅବସ୍ଥାରେ ନାବାଳିକା ମେଡିକାଲରେ ଭର୍ତ୍ତି। ଅଭିଯୁକ୍ତ ଘର ମାଲିକଙ୍କୁ ଗିରଫ କରିଛି ପୋଲିସ। ପୀଡିତାଙ୍କୁ ଭେଟିଲେ ମହିଳା କମିଶନ ସଦସ୍ୟା। ପୀଡିତା ଓ ପରିବାର ଲୋକଙ୍କୁ ଭେଟି କଲେ ବୟାନ ରେକର୍ଡ।ପରିବାର ଲୋକ ଘରେ ନଥିବା ବେଳେ ଅଭିଯୁକ୍ତ କାଣ୍ଡ ଭିଆଇଥିବା ସୂଚନା। ଗଞ୍ଜାମ ଅଞ୍ଚଳର ନାବାଳିକା ଜଣକ ବାପା-ମା’ଙ୍କ ସହ ଭୁବନେଶ୍ବରରେ ରୁହନ୍ତି । ପ୍ରଥମେ ଗତ ୪ ତାରିଖରେ ସ୍ଥାନୀୟ ଅଞ୍ଚଳର ଜଣେ ପାନ ଦୋକାନୀ ନାବାଳିକାକୁ ଏକୁଟିଆ ପାଇ ଦୁଷ୍କର୍ମ ଉଦ୍ୟମ କରିଥିଲା । ତେବେ ନାବାଳିକା ପାଟି କରିବାରୁ ଖସି ପଳାଇଥିଲା ।
ବୁଧବାର ପୁଣିଥରେ ନାବାଳିକା ଏକୁଟିଆ ଘରେ ଥିବାର ସୁଯୋଗ ନେଇ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା। କାହାକୁ ଜଣାଇଲେ ଜୀବନରୁ ମାରିଦେବାକୁ ଧମକ ଦେଇ ଫେରାର ହୋଇଯାଇଛି। ବାପା-ମା’ ଝିଅଠୁ ସବୁ କଥା ଜାଣିବା ପରେ ମହିଳା ଥାନାରେ ମାମଲା ରୁଜୁ କରିଛନ୍ତି । ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ।