ଅଭିନେତ୍ରୀ ରଶ୍ମି ରେଖାଙ୍କ ମୃତୁ ଘଟଣା: ଥାନାରେ ହାଜର ହେଲେ ପୁର୍ବତନ ବୟଫ୍ରେଣ୍ଡ ରାଜା

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝା ମୃତ୍ୟୁର ଖୁଲାସା । ସେ ଆତ୍ମହତ୍ୟା କରିଛନ୍ତି । ଅଭିନେତ୍ରୀଙ୍କ ମୃତ୍ୟୁ ସୁଇସାଇଡାଲ୍‌ ହ୍ୟାଙ୍ଗିଙ୍ଗ ଜନିତ ବୋଲି ପୋଷ୍ଟମର୍ଟମ ରିପୋର୍ଟରୁ ସ୍ପଷ୍ଟ ହୋଇଥିବା କହିଛନ୍ତି ଭୁବନେଶ୍ୱର ଡିସିପି । ଡିପ୍ରେସନରୁ ଆତ୍ମହତ୍ୟାର ବାଟ ବାଛିନେଲେ ରଶ୍ମିରେଖା । ତେବେ ଡିପ୍ରେସନର କାରଣ ଜାଣିବାକୁ ତଦନ୍ତ ଚାଲିଛି । ରଶ୍ମିରେଖାଙ୍କ ସ୍ୱାମୀର ପରିଚୟ ଦେଇ ରହୁଥିବା ସନ୍ତୋଷ ପାତ୍ର ଓ ଅନ୍ୟ ସାଙ୍ଗମାନଙ୍କୁ ଥାନାକୁ ଡକାଯାଇଛି । ସନ୍ତୋଷ ସହ ପୁରୁଷ ବନ୍ଧୁ ରାଜାଙ୍କୁ ନୋଟିସ୍‌ ହୋଇଛି । ଆଜି ରାଜା ନୟାପଲ୍ଲୀ ଥାନାରେ ହାଜର ହୋଇଥିବା ବେଳେ ସନ୍ତୋଷ ଆସି ନାହାନ୍ତି । କାଲି ସୁଦ୍ଧା ସନ୍ତୋଷ ନଆସିଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ରଶ୍ମିରେଖାଙ୍କ ମୋବାଇଲକୁ ଅନ୍‌ଲକ୍‌ କରିବା ପ୍ରକ୍ରିୟା ଆରମ୍ଭ କରିଛି ପୋଲିସ ।
ଆଜି ରାଜାଙ୍କୁ ୫ ଘଣ୍ଟା ପଚରାଉଚରା କରିିଥିଲା ନୟାପଲ୍ଲୀ ଥାନା ପୋଲିସ । ରଶ୍ମିଙ୍କୁ କେମିତି ଜାଣିଥିଲେ ? ସେମାନଙ୍କ ଭିତରେ କିଭଳି ଥିଲା ସମ୍ପର୍କ ? ପ୍ରେମ ସମ୍ପର୍କ ଥିଲା କି ? ଯଦି ଥିଲା କେବେ ବ୍ରେକପ ହୋଇଥିଲା ? ଶେଷ ଥର ପାଇଁ କେବେ ରଶ୍ମିରେଖାଙ୍କ ସହ କଥା ହୋଇଥିଲେ ? ଡିପ୍ରେସନ୍‌ରେ ଥିବା କଥା ଜାଣିଥିଲେ କି ? ଏମିତି ଅନେକ ପ୍ରଶ୍ନର ଉତ୍ତର ରାଜାଙ୍କ ପାଖରୁ ପାଇଚି ପୋଲିସ । ରାଜା କହିଛନ୍ତି, ତଦନ୍ତରେ ପୋଲିସକୁ ସହାୟତା କରିବେ । ରହସ୍ୟଘେରରେ ରଶ୍ମିରେଖାଙ୍କ ମୃତ୍ୟୁ । ଝିଅ ଆତ୍ମହତ୍ୟା କରିଥିବା ସେକଥା ଗ୍ରହଣ କରି ପାରୁ ନାହାନ୍ତି ପରିବାର ଲୋକ । ସନ୍ତୋଷକୁ ପଚରାଉଚରା ପରେ ମିଳିପାରେ ରଶ୍ମିରେଖାଙ୍କ ଡିପ୍ରେସନର କାରଣ ।

Leave A Reply

Your email address will not be published.