ଓଡିଶା ସହିତ ରତନ ଟାଟାଙ୍କର ସଂପର୍କ ଅତି ନିବିଡ଼

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଓଡିଶା ସହିତ ରତନ ଟାଟାଙ୍କର ସଂପର୍କ ଅତୁଟ ଓ ଅନାବିଳ । ତାଙ୍କ ଟାଟା ଷ୍ଟିଲ କମ୍ପାନୀ ପାଇଁ ଓଡିଶା ଥିଲା ସ୍ବର୍ଣ୍ଣର କ୍ଷେତ୍ର, ସେଥିପାଇଁ ଶିଳ୍ପ କ୍ଷେତ୍ରରେ ଓଡିଶା ଥିଲା ତାଙ୍କର ପ୍ରଥମ ପସନ୍ଦ । ଶିଳ୍ପ, ସମାଜସେବା ଅର୍ଥନୈତିକ ସବୁ କ୍ଷେତ୍ରରେ ଓଡିଶାରେ ଯେପରି ଟାଟାଙ୍କ ଅବଦାନ ଅତୁଳନୀୟ । ଓଡିଶାର ଯାଜପୁରର କଳିଙ୍ଗନଗର ଇସ୍ପାତ କାରଖାନା, ଗୋପାଳପୁର ପ୍ରୋଜେକ୍ଟ ଏବଂ ଗଞ୍ଜାମରେ ହୋଇଥିବା ଜାଗା ମିଶନ ସବୁଥିରେ ନିଜର ପ୍ରତ୍ୟକ୍ଷ ଉପସ୍ଥିତି ରଖିବା ସହିତ ଏଥିପାଇଁ ବହୁଥର ଓଡିଶା ଆସିଛନ୍ତି ରତନ ଟାଟା ।

ଓଡ଼ିଶାର ଯାଜପୁରର କଳିଙ୍ଗନଗର ଇସ୍ପାତ କାରଖାନା, ଗୋପାଳପୁରରେ ପ୍ରତିଷ୍ଠା ହୋଇଛି ଟାଟା ପ୍ରକଳ୍ପ । ଏହି ପ୍ରୋଜେକ୍ଟ ପାଇଁ ଏକାଧିକ ଥର ଓଡ଼ିଶା ଆସିଛନ୍ତି ରତନ ଟାଟା ।୧୯୯୫ରେ ଗୋପାଳପୁର ଷ୍ଟିଲ୍ ପ୍ରକଳ୍ପ ପାଇଁ ଓଡ଼ିଶା ଆସିଥିଲେ ରତନ ଟାଟା । ପ୍ରକଳ୍ପ ଶିଳାନ୍ୟାସ କରିଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି. ନରସିଂହ ରାଓ । ୨୦୧୮ରେ ଗଞ୍ଜାମ ଜାଗା ମିଶନ ପ୍ରକଳ୍ପ ସହ ସେ ପ୍ରତ୍ୟକ୍ଷ ଭାବେ ସଂପୃକ୍ତ ଥିଲେ ।

ସବୁଡୁ ବଡ କଥା ହେଉଛି, ଗତ ମାସରେ ଟାଟା କଳିଙ୍ଗ ନଗର ପ୍ଲାଣ୍ଟକୁ ଦ୍ବିତୀୟ ପର୍ଯ୍ୟାୟରେ ବିସ୍ତାରିତ କରିବା ପାଇଁ ଘୋଷଣା କରିଥିଲା । ଯାହା ପରେ କଳିଙ୍ଗନଗର ପ୍ଲାଣ୍ଟର କ୍ଷମତା ବର୍ଷକୁ ୩୦ ଲକ୍ଷ ଟନରୁ ବୃଦ୍ଧି ହୋଇ ୮୦ ଲକ୍ଷ ଟନରେ ପହଞ୍ଜିବ । ଯାହା ଓଡିଶାକୁ ଏକ ବଡ ନିବେଶକ ରାଜ୍ୟ ବନାଇବାରେ ସାହାଯ୍ୟ କରିବ । ତେବେ ଗତକାଲି ମୁମ୍ବାଇ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ବାର୍ଦ୍ଧ୍ୟକଜନିତ ଅସୁସ୍ଥତା କାରଣରୁ ୮୬ ବର୍ଷ ବୟସରେ ତାଙ୍କର ନିଧନ ହୋଇଛି । ଯାହା ଶିଳ୍ପ ଜଗତ ସହିତ ସାରା ଭାରତ ପାଇଁ ଏକ ଅପୂରଣୀୟ କ୍ଷତି ।

Leave A Reply

Your email address will not be published.