ପ୍ରତି ମାସରେ ସମୀକ୍ଷା ହେବ ରଥଯାତ୍ରା ପ୍ରସ୍ତୁତି: ମୁଖ୍ୟ ଶାସନ ସଚିବ

0

ଓଡ଼ିଆ ନ୍ୟୁଜ୍: ରଥଯାତ୍ରାକୁ ନେଇ ମୁଖ୍ୟ ଶାସନ ସଚିବଙ୍କ ପ୍ରସ୍ତୁତି ବୈଠକ।୬ ମାସ ପୂର୍ବରୁ ସବୁ ବିଭାଗକୁ ପ୍ରସ୍ତୁତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ।ବିଗତ ଦିନର ତ୍ରୁଟି ଚିହ୍ନଟ ସହ କ’ଣ ପଦକ୍ଷେପ ନିଆଯିବ ରିପୋର୍ଟ ନିର୍ଦ୍ଦେଶ। ପ୍ରତି ମାସରେ ସମୀକ୍ଷା ହେବ ରଥଯାତ୍ରା ପ୍ରସ୍ତୁତି।ସ୍ୱାସ୍ଥ୍ୟ, ପିଇବା ପାଣି, କ୍ୱାଲିଟି ମନିଟର, ସ୍ୱଚ୍ଛତାକୁ ଗୁରୁତ୍ୱ।ଭିଡ଼ ପରିଚାଳନା, ଟ୍ରାଫିକ ସମସ୍ୟା ନେଇ ମଧ୍ୟ ଆଲୋଚନା।ବୈଠକରେ ଉପସ୍ଥିତ ଥିଲେ ପୋଲିସ ଡିଜି, ଅଗ୍ନିଶମ ଡିଜି।ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଏକାଧିକ ବିଭାଗର ସଚିବ ଥିଲେ ଉପସ୍ଥିତ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଗତ ଦିନରେ ହୋଇଥିବା ତ୍ରୁଟିକୁ ଚିହ୍ନଟ କରିବା ସହ କେମିତି ଏହି ସବୁ ତ୍ରୁଟିରେ ସୁଧାର କରାଯିବ । ସେସଂପର୍କରେ ଆଲୋଚନା କରାଯିବ । ଏହାସହି ତ୍ରୁଟି ସୁଧାରିବା ପାଇଁ କଣ ସବୁ ପଦକ୍ଷେପ ନିଆଯିବ । ସେନେଇ ରିପୋର୍ଟରେ ଉଲ୍ଲେଖ କରିବାକୁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ। ସ୍ୱାସ୍ଥ୍ୟ, ପିଇବା ପାଣି, ସ୍ୱଚ୍ଛତାକୁ ଗୁରୁତ୍ୱ ଦିଆଯାଇଛି। ଏହାସହିତ ରଥଯାତ୍ରା ସମୟରେ ଭିଡ଼ ପରିଚଳନା, ଟ୍ରାଫିକ ସମସ୍ୟା ନେଇ ମଧ୍ୟ ଆଲୋଚନା ହୋଇଛି । ଏହି ସମୀକ୍ଷା ବୈଠକରେ ପୋଲିସ ଡିଜି, ଅଗ୍ନିଶମ ବିଭାଗ ଡିଜିଙ୍କ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଏକାଧିକ ବିଭାଗର ସଚିବ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.