ଶରଧାବାଲିରେ ପହଞ୍ଚିଲା ୩ ରଥ

0

ଓଡ଼ିଆ ନ୍ୟୁଜ୍: ଶରଧାବାଲିରେ ପହଞ୍ଚିଲା ୩ ରଥ । ତାଳଧ୍ୱଜ, ଦର୍ପଦଳନ ପରେ ପହଞ୍ଚିଲା ନନ୍ଦିଘୋଷ । ଘଣ୍ଟ, ହୁଳହୁଳି, ହରିବୋଲରେ ପ୍ରକମ୍ପିତ ହେଲା ଶରଧାବାଲି । ଦିନ ୧୧ଟା ୧୭ ରେ ପହଞ୍ଚିଲା ତାଳଧ୍ୱଜ ରଥ । ୧୨ଟା ୧୬ରେ ପହଞ୍ଚିଲା ଦର୍ପଦଳନ ରଥ । ୧ଟା ୮ମିନିଟ୍‌ରେ ପହଞ୍ଚିଲା କାଳିଆର ନନ୍ଦିଘୋଷ ରଥ । ମହାବାହୁଙ୍କ ଦର୍ଶନ ପାଇଁ ଶରଧାବାଲିରେ ଭକ୍ତଙ୍କ ସମାଗମ । ଗତକାଲି ରଥଟଣାରେ ବିଳମ୍ବ ଯୋଗୁଁ ଅଧାରେ ଅଟକିଥିଲା ନନ୍ଦିଘୋଷ, ତାଳଧ୍ବଜ ଓ ଦର୍ପଦଳନ ରଥ । ଆଜି ସକାଳ ସାଢ଼େ ୯ଟାରେ ପୁଣି ରଥ ଟାଣିଥିଲେ ଲକ୍ଷାଧିକ ଶ୍ରଦ୍ଧାଳୁ ।

ସେପଟେ ସରକାରଙ୍କ ସମସ୍ତ ପ୍ରସ୍ତୁତି ପରେ ବି ରଥଟଣାରେ ହୋଇଥିବା ଅବ୍ୟବସ୍ଥା ଘଟଣା ଶ୍ରୀଜଗନ୍ନାଥ ପ୍ରେମୀଙ୍କୁ ଭୀଷଣ ଅସନ୍ତୁଷ୍ଟ କରିଥିଲା ।ଝିପିଝିପି ବର୍ଷା ସତ୍ତ୍ବେ ବି ସାରାରାତି ତିନି ଠାକୁରଙ୍କୁ ଦର୍ଶନ କରିଥିଲେ ଶ୍ରଦ୍ଧାଳୁ । ଶୁକ୍ରବାର ବଡ଼ଦାଣ୍ଡରେ ନନ୍ଦିଘୋଷ ରଥ ଅଟକି ରହିଥିବାବେଳେ ଶନିବାର ସକାଳେ ଗଡ଼ିଥିଲା ମହାବାହୁଙ୍କ ରଥ। ଘଣ୍ଟ, ହୁଳହୁଳିରେ ବଡ଼ଦାଣ୍ଡ ପ୍ରକମ୍ପିତ ହୋଇପଡ଼ିଥିଲା

Leave A Reply

Your email address will not be published.