ଓଡ଼ିଆ ନ୍ୟୁଜ୍: ଶ୍ରୀମନ୍ଦିର ସିଂହଦ୍ବାର ଆଗରେ ଲାଗିଲା ନନ୍ଦିଘୋଷ ରଥ।ଏବେ ଶ୍ରୀମନ୍ଦିର ସିଂହଦ୍ବାର ଆଗରେ ତିନି ରଥ।ପ୍ରଥମେ ପହଞ୍ଚିଲା ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ରଥ।ପରେ ଆସିଲା ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ।ଏବେ ପହଞ୍ଚିଲା ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ।ଆସନ୍ତାକାଲି ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ।ସୋମବାର ଅଧରପଣା, ମଙ୍ଗଳବାର ନୀଳାଦ୍ରୀ ବିଜେ।ନନ୍ଦିଘୋଷ ରଥକୁ ଟାଣି ଆଣିଲେ ଶ୍ରଦ୍ଧାଳୁ । ଗୁଣ୍ଡିଚା ମନ୍ଦିରରେ ନିଜ ଲୀସିଂହଦ୍ବାର ଆଗରେ ଲାଗିଲା ତିନି ରଥ । ତାଳଧ୍ବଜ, ଦର୍ପଦଳନ ପରେ ଲାଗିଲା ନନ୍ଦିଘୋଷଳା ସାରି ବାହୁଡ଼ିଛନ୍ତି ଚତୁର୍ଦ୍ଧାମୂର୍ତ୍ତି ।
ଜନ୍ମବେଦୀରେ ମାନବୀୟ ଲୀଳା ସାରି ସିଂହଦ୍ବାରକୁ ବାହୁଡ଼ି ଆସିଛନ୍ତି ମହାବାହୁ । ଭାଇଭଉଣୀଙ୍କ ସହ ଗୁଣ୍ଡିଚା ଲକ୍ଷ୍ମୀ ସାଆନ୍ତାଣିଙ୍କୁ ଛାଡ଼ି ଗୁଣ୍ଡିଚା ମନ୍ଦିରକୁ ଯାଇଥିଲେ କାଳିଆ ଠାକୁର । ଯାହାକୁ ନେଇ ଅଭିମାନ କରିଥିଲେ ମାଆ ଲକ୍ଷ୍ମୀ ।ଏହାକୁ ନେଇ ରହିଛି ବାହୁଡ଼ା ଦିନର ଏକ ଅନନ୍ୟ ପରମ୍ପରା ଲକ୍ଷ୍ମୀ-ନାରାୟଣ ଭେଟ । ସେହିପରି ଅର୍ଦ୍ଧାଶିନୀ ମନ୍ଦିର ବା ମାଉସୀ ମା’ ମନ୍ଦିରରେ ପୋଡ଼ ପିଠା ଖାଇ ସିଂହଦ୍ବାରକୁ ଆସିଛନ୍ତି ଚତୁର୍ଦ୍ଧା ମୂର୍ତ୍ତି ।