ଭିଜିଲାନ୍ସ ଜାଲରେ ରାୟଗଡା ଡିଏଫଓ, ୭ଟି ସ୍ଥାନରେ ଏକକାଳୀନ ଚଢାଉ

0

ଓଡିଆ ନ୍ୟୁଜ୍ (ବ୍ୟୁରୋ) : ଭିଜିଲାନ୍ସ ଜାଲରେ ଫଶିଛନ୍ତି ଡିଏଫ୍‌ଓ । ଆୟବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ରାୟଗଡା ଡିଏଫଓ ବିଜୟ କୁମାର ପରିଡ଼ାଙ୍କ ଘର ରେଡ୍ କରିଛି ଭିଜିଲାନ୍ସ। ଡିଏଫଓ ରହୁଥିବା ଗାନ୍ଧୀନଗର ସ୍ଥିତ ସରକାରୀ ବାସଭବନ ଠାରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଛି। ଏହାସହ ରାୟଗଡ଼ା ଓ ଭୁବନେଶ୍ୱର ସମେତ ୪ଟି ଜିଲ୍ଲାର ୭ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢାଉ କରାଯାଇଛି। ବୀମା ରାଶି ଏବଂ ବଣ୍ଡ ସମେତ ବ୍ୟାଙ୍କ ଡିପୋଜିଟ୍ କାଗଜ ପତ୍ର ଠାବ ହୋଇଛି । ଏହି ଚଢ଼ାଉରେ ଭିଜିଲାନ୍ସର ୫ ଜଣିଆ ଟିମ୍ ସାମିଲ ହୋଇଛନ୍ତି।

ରାୟଗଡ଼ା ଜିଲ୍ଲାର ଚନ୍ଦାପାହାଡରେ ୩ କୋଟି ଟଙ୍କାର ବୃକ୍ଷ ରୋପଣ କରାଯାଇଥିଲା। ସେଥିରେ ଦୁର୍ନୀତି ହୋଇଥିଲା। ଏନେଇ ସୂଚନା କର୍ମୀ ରବୀନ୍ଦ୍ର ପାଟ କଣ୍ଡାଳ ଭିଜିଲାନ୍ସ ବିଭାଗ ସମେତ ବିଭିନ୍ନ ଯାଗାରେ ‌ଅଭିଯୋଗ କରିଥିଲେ। ଭିଜିଲାନ୍ସ ଘଟଣାର ତଦନ୍ତ କରି ଆଜି ଉଏକ୍ସ ଘରେ ଚଢ଼ାଉ କରିଛି। ଏନେଇ ଡିଏଫଓଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ।

Leave A Reply

Your email address will not be published.