ଓଡ଼ିଆ ନ୍ୟୁଜ, (ବ୍ୟୁରୋ) : ଜିଲ୍ଲା ସ୍ତରୀୟ ଡମ୍ ସମାଜ ଦିଆଲ ପରବ୍ ଭେଟ୍ ଘାଟ୍-୨୦୨୩ ପାଳନ | ମହା ଆଡ଼ମ୍ବରରେ ପାଳନ ହୋଇଯାଇଛି।ଆଜି ଦିବା ୧୧ ଘଟିକା ସମୟରେ ରାୟଗଡ଼ା ଜିଲ୍ଲାର ୧୧ଟି ବ୍ଲକରକାଶୀପୁର,କଲ୍ୟାଣସିଂପୁର,ବିଷମକଟକ,ମୁନିଗୁଡା,ଗୁଡାରି,ଗୁମୁଡା,ଗୁଣୁପର,ଜେ.କେ.ପୁର,କୋଲନରା ଓ ସେହିଭଳି ପଞ୍ଚାୟତ ସ୍ତରରୁ କେରେଡ଼ା,ଗାଜୀଗାଁ,ବଡ ଇଋକୁବାଡି,ତାଡାମା,ପିତାମହଲ,ଡମ ସାହି,ଜଗନ୍ନାଥ ପୂର୍,ହାଲୁଆ, ନୁଆସାହି,ମିରାବାଲି,ସାନ୍ଧୁବାଡି କୋଣ ଅନୁକୋଣରୁ ଡମ୍,ଭାଇ ଓ ଭଉଣୀ ମାନେ ଏକତ୍ରିତ ହୋଇଥିଲେ |
ବିଭିନ୍ନ ପ୍ରକାର ନାଚ,ଗିତ,ବାଜା ବଜାଇ ପ୍ରାୟ ୩୦ ହଜାର ରୁ ଉର୍ଦ୍ଧ ଲୋକ ବ୍ଲକ୍ ଅଫିସ୍ ଛକ ଠାରେ ଏକତ୍ରିତ ହୋଇ ପହଞ୍ଚିଥିଲେ।ଏବଂ ଏକ ବିରାଟ ବଡ଼ ଶୋଭା ଯାତ୍ରାରେ ରାୟଗଡ଼ା ସହର ନଗର ପରିକ୍ରମା କରିଥିଲେ | ସମସ୍ତେ ଏକାଠି ହୋଇ ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଠାରେ ପହଁଚି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।ଉକ୍ତ ଡମ୍ ସମାଜ ଦିଆଲ ପରବ୍ ଭେଟ୍ ଘାଟ୍ ମୁଖ୍ୟ ପର୍ବ ବୋଲି କହିଥିଲେ |
ଏହା ପୂର୍ବ ପୁରୁଷ ରୁ ପାଳନ କରି ଆସୁଛୁ ବୋଲି କହିଥିଲେ ଜୋସେଫ ଖୋସଲା।ଓ ଆମ ଡମ ସମାଜ ଦକ୍ଷିଣ ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ରେ ଅଛି ଡମ୍ ସମାଜ କିନ୍ତୁ ସରକାର ସବୁ ବେଳେ ଆମକୁ ଅନଦେଖା କରୁଛି ଯେ ଭଳି କି ଶିକ୍ଷା କ୍ଷେତ୍ରରେ ହେଉ କିମ୍ବା ଅନ୍ୟାନ୍ୟ ପ୍ରକାର ସମସ୍ୟା ଉପରେ ଆଲୋଚନା କଲେ ଅବହେଳା କରୁଛି।ଏହି ପ୍ରତିବାଦରେ ଆମେ ସବୁ ଏକ ହୋଇ ରହିବୁ ବୋଲି କହିଛନ୍ତି ଡମ ସମାଜ ର ଉପସଭାପତି ଭୂଷଣ ବିଡ଼ିକା କହିଛନ୍ତି।