ଅପରିବର୍ତ୍ତିତ ରହିଲା ରେପୋ ରେଟ୍

0

ଓଡ଼ିଆ ନ୍ୟୁଜ୍: ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା RBI।୫.୫ ପ୍ରତିଶତରେ ସ୍ଥିର ରହିଲା ସୁଧ ହାର। ମୁଦ୍ରା ନୀତି ସମୀକ୍ଷା ବୈଠକରେ ନିଷ୍ପତ୍ତି।ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସୂଚନା।ଅପରିବର୍ତ୍ତିତ ରହିଲା ରେପୋ ରେଟ୍। ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ହାରରେ କୌଣସି ପରିବର୍ତ୍ତନ କରିନାହିଁ। ଏହା ପୂର୍ବ ଭଳି ୫.୫୦ ପ୍ରତିଶତରେ ଅପରିବର୍ତ୍ତିତ ରହିଛି। ମନିଟାରି ପଲିସି କମିଟି (ଏମପିସି)ର ତିନି ଦିନିଆ ବୈଠକ ପରେ, ଆଜି ଅଗଷ୍ଟ ୬ତାରିଖରେ ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଘୋଷଣା କରିଛନ୍ତି। ଗତ ଏମପିସି ବୈଠକରେ, ରେପୋ ହାର ୫୦ବେସିସ୍ ପଏଣ୍ଟ (ବିପିଏସ୍) ହ୍ରାସ କରାଯାଇଥିଲା। ଫେବ୍ରୁଆରି ଏବଂ ଏପ୍ରିଲରେ ମଧ୍ୟ ଆରବିଆଇ ରେପୋ ହାର ୨୫-୨୫ ବେସିସ୍ ପଏଣ୍ଟ ହ୍ରାସ କରିଥିଲା।

Leave A Reply

Your email address will not be published.