ଓଡ଼ିଆ ନ୍ୟୁଜ୍: ମୋଟରଯାନ ନିୟମ ଉଲ୍ଲଙ୍ଘନ କଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ। ଅଭ୍ୟାସଗତ ନିୟମ ଉଲ୍ଲଙ୍ଘନକାରୀଙ୍କ RC ରଦ୍ଦ କରିବାକୁ RTOଙ୍କୁ ନିର୍ଦ୍ଦେଶ।ତାଲିକା ପ୍ରସ୍ତୁତ କରି ଗାଡ଼ି ମାଲିକମାନଙ୍କୁ ପଠାଯିବ ନୋଟିସ୍।ପରିବହନ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି।ପ୍ରତି RTOରେ ଓଟିଏସ୍ ଯୋଜନା ପାଇଁ ହେବ ସ୍ବତନ୍ତ୍ର ହେଲ୍ପଡେସ୍କ।କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବାକୁ ବକେୟା ଚାଲାଣ ପୈଠ ପାଇଁ ନିର୍ଦ୍ଦେଶ।
ପରିବହନ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ଉଲ୍ଲଙ୍ଘନକାରୀଙ୍କ ତାଲିକା ପ୍ରସ୍ତୁତ କରାଯାଇ ସେମାନଙ୍କୁ ନୋଟିସ୍ ପଠାଯିବ। ଏହାସହ ବକେୟା ଚାଲାଣ ପୈଠ କରି କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବାକୁ ଗାଡ଼ି ମାଲିକମାନଙ୍କୁ ପରାମର୍ଶ ଦିଆଯାଇଛି।
ପ୍ରତି RTOରେ ଏକ ସ୍ବତନ୍ତ୍ର ହେଲ୍ପଡେସ୍କ ମାଧ୍ୟମରେ ଓଟିଏସ୍ (ଓ୍ଵାନ ଟାଇମ ସେଟଲମେଣ୍ଟ) ଯୋଜନା କାର୍ଯ୍ୟକାରୀ କରାଯିବ, ଯାହା ଚାଲାଣ ପରିଶୋଧକୁ ସହଜ କରିବ। ଏହି ପଦକ୍ଷେପ ମାଧ୍ୟମରେ ରାସ୍ତା ନିୟମ ପାଳନକୁ କଡ଼ାକଡ଼ି କରାଯିବ ବୋଲି ପରିବହନ ବିଭାଗ ପକ୍ଷରୁ କୁହାଯାଇଛି।