ରେଙ୍ଗାଳି ଡ୍ୟାମ୍ରେ ଅଘଟଣ, ଡଙ୍ଗା ବୁଡି ୨ ଛୁଆ ମୃତ
ଓଡ଼ିଆ ନ୍ୟୁଜ୍:ଦେବଗଡ଼ ରେଙ୍ଗାଳି ଡ୍ୟାମ୍ରେ ଅଘଟଣ । ଡଙ୍ଗା ବୁଡ଼ି ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ ଦୁଇ ଶିଶୁ ଓ ମାଆ ରହିଥିବା ଜଣାପଡିଛି ।
ବାକି ବାପାଙ୍କୁ ଉଦ୍ଧାର କରାଯାଇଛି । ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଖିଲେଇ ଗ୍ରାମ ପଞ୍ଚାୟତ ମୂଷାକାନୀ ଗାଁ ନିକଟରେ ଘଟିଛି ଘଟଣା । ରେଙ୍ଗାଳି ଡ୍ୟାମ୍ର ଲିଙ୍ଗା ହୁଳି ନାମକ ଏକ ଟାପୁରେ ସପରିବାର ମିଶି ମାଛ ମାରିବାକୁ ଯାଇଥିଲେ ।