ରେପୋ ରେଟ୍ ୫.୫ ପ୍ରତିଶତକୁ ହ୍ରାସ, ଶସ୍ତା ହେବ ଘର

0

ଓଡ଼ିଆ ନ୍ୟୁଜ୍: ରେପୋ ରେଟ ବୃଦ୍ଧିରେ ଲାଗିଲା ବ୍ରେକ୍ । ୫୦ ବେସିସ୍ ପଏଣ୍ଟ୍ କୁ ରେପୋ ରେଟକୁ ହ୍ରାସ କଲା ଆର.ବି.ଆଇ । ୬ ପ୍ରତିଶତରୁ ୫.୫% ପ୍ରତିଶତକୁ ଖସିଛି । ଲଗାତାର ତୃତୀୟ ଥର ପାଇଁ ରେପୋ ରେଟ୍ ହ୍ରାସ ପାଇଛି । ଯାହା ଦ୍ୱାରା ଘର ଏବଂ କାର ଲୋନ ସମେତ ବିଭିନ୍ନ ଇ.ଏମ୍.ଆଇ କମିବା ନେଇ କହିଛନ୍ତି ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା । ଏମପିସିର ନିଷ୍ପତ୍ତି କୁ ଘୋଷଣା କରି ଅର୍ଥନୈତିକ ପରିସ୍ଥିତିର ଏକ ବ୍ୟାପକ ମୂଲ୍ୟାଙ୍କନ ଉପରେ ଆଧାରିତ କମିଟି ବୋଲି ମତ ରଖିଛନ୍ତି ମଲହୋତ୍ର ।

ପ୍ରଥମ ଥର ପାଇଁ କ୍ରେତା ଏବଂ ଅପଗ୍ରେଡ୍ କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଉତ୍ସାହଜନକ ବିଷୟ ବସ୍ତୁ ଆଲୋଚନାରେ ସ୍ଥାନ ପାଇଥିଲା । ଡେଭ୍ଲପର,ଉନ୍ନତ କ୍ରେତାଙ୍କ ଭାବନା ଓ ଚାହିଦାକୁ ବୃଦ୍ଧି କରିବାକୁ ଲକ୍ଷ ରଖା ଯାଇଛି । ଯାହା ସେମାନଙ୍କୁ ଅଧିକ ଆର୍ଥିକ ବିକଳ୍ପ ପ୍ରଦାନ ଏବଂ ଅଧିକ ଆତ୍ମବିଶ୍ୱାସର ସହିତ ନୂତନ ପ୍ରକଳ୍ପ ଆରମ୍ଭ କରିବାକୁ ସହାୟକ ହେବ । ସାମଗ୍ରିକ ଭାବରେ ରେପୋ ହାର ହ୍ରାସ ଗୃହକାର୍ଯ୍ୟ ଏବଂ ଡେଭଲପରଙ୍କୁ ଲାଭ ଦେବ ।

Leave A Reply

Your email address will not be published.